ନୂଆଦିଲ୍ଲୀ: ଅପ୍ରେଲ ୧୨: ଦେଶରେ ଲୋକଙ୍କୁ ମାରୁଛି ମହଙ୍ଗା ମାଡ । ପେଟ୍ରୋଲ-ଡିଜେଲ୍ ଏବଂ ସିଏନଜି ଦାମ ସହ ଲେମ୍ବୁର ଦର ଆକାଶଛୁଆଁ ହୋଇଛି। ଏବେ ପୁଣି କ୍ୟାବ୍ ଦାମ ବଢାଇବାକୁ ଦାବି କରୁଛନ୍ତି ୟୁବର ଏବଂ ଓଲାର ଡ୍ରାଇଭର। ଆଉ ୟୁବର କମ୍ପାନୀ ଏହି ଦାବିକୁ ସ୍ଵୀକାର କରି କରିବା ସହ ଦାମ ୧୨ ପ୍ରତିଶତ ବୃଦ୍ଧି କରିଛନ୍ତି। ୟୁବର ମୁଖ୍ୟ ନୀତିଶ ଭୁଷଣ କହିଛନ୍ତି, ତେଲ ଦର ବଢିବା ପରେ ଆମେ ଆମ ଡ୍ରାଇଭରମାନଙ୍କ କଥା ଶୁଣିବାକୁ ବାଧ୍ୟ। ତେଲ ଦର ଅପ୍ରତ୍ୟାଶିତ ବଢିବା ନେଇ ସେମାନେ ବହୁତ ଚିନ୍ତିତ। ତେଣୁ ଏହି ଡ୍ରାଇଭରଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଦିଲ୍ଲୀ-ଏନସିଆରରେ କ୍ୟାବ୍ ଦାମ ୧୨ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛୁ। ଆଗାମୀ ସମୟରେ ମଧ୍ୟ ଆମେ ତେଲ ଦାମ ଉପରେ ନଜର ରଖିବୁ। ଆବଶ୍ୟକ ପଡିଲେ ଏହା ଉପରେ ନିଷ୍ପତ୍ତି ନେବୁ। ଏବେ ୧୨ ପ୍ରତିଶତ ଦରବୃଦ୍ଧି ସହ ଯାତ୍ରୀ ୟୁବର ଯାତ୍ରା କରିପାରିବେ।

Comments are closed.