ଆଜି ଓଡିଶା ଆସୁଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ

ଭୁବନେଶ୍ୱର : ବିଜେପି ଫୋକସ୍ ରେ ଓଡ଼ିଶା । ନିର୍ବାଚନ ପୂର୍ବରୁ ଘନ ଘନ ପ୍ରଚାରରେ ଆସୁଛନ୍ତି କେନ୍ଦ୍ରୀୟ ନେତା I ୨୦୨୪ ନିର୍ବାଚନରେ ଦୁଇ ଦଳଙ୍କ ମଧ୍ୟରେ ହେବ କଡା ଟକ୍କର I ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରୀଙ୍କ ସହିତ ଓଡ଼ିଶା ଆସୁଛନ୍ତି ଜଣକ ପରେ ଜଣେ ପଦ୍ମ ଦଳର ତୁଙ୍ଗ ନେତା। ପ୍ରଧାନମନ୍ତ୍ରୀ ମୋଦିଙ୍କ ବାଦ୍ ଆଜି ଓଡ଼ିଶା ଆସିବେ ଦୁଇ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ।

ରାଜନାଥ ସିଂହ ପୁରୀ ଲୋକସଭା ଅନ୍ତର୍ଗତ ରଣପୁର ନିର୍ବାଚନମଣ୍ଡଳୀ ଯାଇ ନିର୍ବାଚନ ପ୍ରଚାର କରିବେ। ସେଠାରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୫ ଟାରେ ରଣପୁରର ପଞ୍ଚୁଦୋଳ ପଡ଼ିଆରେ ଜନସମାବେଶକୁ ସମ୍ବୋଧନ କରିବେ ରାଜନାଥ । ସେହିପରି କଳାହାଣ୍ଡି ଯିବେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ଦିନ ୧୧ଟାରେ ଧର୍ମଗଡ଼ କଲେଜ ପଡିଆ ଏବଂ ଅପରାହ୍ନ ସାଢେ ୩ଟାରେ ଜୟପାଟଣାଠାରେ ନିର୍ବାଚନ ପ୍ରଚାର କରିବେ ଭୂପେନ୍ଦ୍ର ଯାଦବ।

ସୂଚନାନୁସାରେ,ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୁବନେଶ୍ୱରରେ କରିବେ ମେଗା ରୋଡ୍ ଶୋ’ I ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାଣୀବିହାର ଯାଏଁ ହେବ ବିଶାଳ ରାଲି। ସାମିଲ ହେବେ ୨ ଲକ୍ଷରୁ ଅଧିକ କାର୍ଯ୍ୟକର୍ତ୍ତା।

Launching Ceremony of “AYUSHMAN BHARAT

Comments are closed.