କେନ୍ଦୁଝର: ରାଜ୍ୟରେ ହାତୀ ମୃତୁ୍ୟ ମାମଲା ବୃଦ୍ଧି ପାଉଥିଲା ବେଳେ ଆଜି କେନ୍ଦୁଝର ଜିଲ୍ଳାରେ ଦୁଇ ମାଈ ହାତୀଙ୍କର ମୃତୁ୍ୟ ହୋଇଛି । ବିଦୁ୍ୟତ ତାର ଲାଗି ଦୁଇ ମାଈ ହାତୀଙ୍କ ପ୍ରାଣ ଯାଇଛି । ଘଟଣାଟି ଘଟିଛି, କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ଅଞ୍ଚଳଠାରେ ଘଟିଛି ।
କୃଷି ବିଜ୍ଞାନ କେନ୍ଦ୍ର ପରିସରକୁ ମାଈ ହାତୀ ଦୁଇଟି ପଶି ଆସିଥିବା ବେଳେ ବିଦୁ୍ୟତ ତାର ସଂସ୍ପର୍ଶରେ ଆସି ଯାଇଥିଲେ । ଫଳରେ ୨ ହାତୀଙ୍କ ମୃତ୍ୟୁ ଘଟିଥିଲା । ଖବରପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । କିପରି ଓ କେଉଁ ପରିସ୍ଥିତିରେ ହାତୀ ୨ଟି ବିଦୁ୍ୟତ ତାର ସଂସ୍ପର୍ଶରେ ଆସିଲେ ସେନେଇ ତଦନ୍ତ ଚାଲିଛି ।

Comments are closed.