ଭୁବନେଶ୍ୱର: ଜୁଲାଇ ୧୬: ରାଜ୍ୟରେ ଏବେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ସହିତ ଘଡ଼ଘଡ଼ି ମଧ୍ୟ ଜାରି ରହିଛି । ଏହାକୁ ନଜରରେ ରଖି ପାଣିିପାଗ ବିଭାଗ ଆଜି କେତେକ ସ୍ଥାନରେ ସତର୍କ ଜାରି କରିଛନ୍ତି ।
ପ୍ରବଳ ବର୍ଷା ନେଇ ୬ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲା-ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ ।
ସେହିପରି ପ୍ରବଳ ବର୍ଷା ନେଇ ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ସୋନପୁର ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଅନ୍ୟପକ୍ଷରେ, ଲଗାଣ ବର୍ଷା ଓ ଘଡ଼ଘଡ଼ି ନେଇ ଟୁଇନ୍ସିଟି କଟକ ଓ ଭୁବନେଶ୍ୱରରେ ଆଲର୍ଟ ଜାରି କରାଯାଇଛି । ଜରୁରୀ କାମ ନଥିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ ବୋଲି ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

Comments are closed.