ତୁଷାରଙ୍କ ‘ବ୍ୟାଚେଲର୍‌ ଡାଡ୍‌’ ପୁସ୍ତକ

ମୁମ୍ବାଇ: ବଲିଉଡ୍‌ ଅଭିନେତା ତୁଷାର କପୁର ତାଙ୍କ ଚଳଚ୍ଚିତ୍ରରେ ଅଭିନୟ କରିଥିବା କିଛି ଚରିତ୍ରକୁ ଆଜି ବି ସିନେପ୍ରେମୀମାନେ ମନେ ରଖିବା ସହ ଖୁବ୍‌ ପସନ୍ଦ ମଧ୍ୟ କରିଥାନ୍ତି । ତୁଷାର ନା କେବଳ ଜଣେ ଭଲ ଅଭିନେତା ବରଂ ଜଣେ ଭଲ ପିତା ମଧ୍ୟ । ସରୋଗେସୀ ଜରିଆରେ ପିତୃତ୍ୱ ଲାଭ କରିବାରେ ତୁଷାର ଭାରତର ପ୍ରଥମ ସେଲିବ୍ରେଟି ପାଲଟିଛନ୍ତି । ଏହାକୁ ନେଇ ସେ ସଫଳତା ହାସଲ କରିବା ସହ ତାଙ୍କର ଅନୁଭୂତିକୁ ଏକ ପୁସ୍ତକ ଆକାର ଦେଇଛନ୍ତି ।

ତେବେ ଖୁବଶୀଘ୍ର ଅଭିନେତାଙ୍କ ଏହି ପୁସ୍ତକ ପାଠକଙ୍କ ମଧ୍ୟରେ ପହଞ୍ଚିବାକୁ ଯାଉଛି । ସରୋଗେସୀ ଜରିଆରେ ବାପା ହୋଇଥିବା ଦେଶର ପ୍ରଥମ ସେଲିବ୍ରେଟି ‘ବ୍ୟାଚ୍‌ଲେର୍‌ ଡାଡ୍‌’ ନାମକ ଏକ ପୁସ୍ତକ ଆଣିବାକୁ ଯାଉଛନ୍ତି, ଯେଉଁଥିରେ ସେ ଫାଦରହୁଡ୍‌ର ଯାତ୍ରା ସମ୍ପର୍କରେ ପ୍ରକାଶ କରିଛନ୍ତି ।

 ତୁଷାରଙ୍କ ‘ବ୍ୟାଚେଲର୍‌ ଡାଡ୍‌’ ପୁସ୍ତକ
ଏହି ପୁସ୍ତକର ଘୋଷଣା କରିବା ବେଳେ ଉତ୍ସାହିତ ତୁଷାର କପୁର କହିଛନ୍ତି ଯେ ବାପା ହେବା ତାଙ୍କ ଜୀବନର ସବୁଠୁ ସ୍ମରଣୀୟ ମୁହୂର୍ତ୍ତ ମଧ୍ୟରେ ଏକ । ତାଙ୍କର ପ୍ରଥମ ପୁସ୍ତକରେ କିପରି ଭାବେ ବାପା ହେବା ପାଇଁ ଅପରମ୍ପରାଗତ ରାସ୍ତାକୁ ଆପଣାଇଛନ୍ତି, ସେ ସମ୍ପର୍କରେ ଏହି ପୁସ୍ତକରେ ଲେଖିଥିବା କହିଛନ୍ତି । ତେବେ ତାଙ୍କର ଏହି ଅଦ୍ଭୁତ ଯାତ୍ରାରେ ତାଙ୍କୁ ସମର୍ଥନ କରିବା ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହି ପୁସ୍ତକ ମାଧ୍ୟମରେ ତୁଷାର କପୁର ସେହି ଦିଗଗୁଡ଼ିକ ବିଷୟରେ କହିବାକୁ ଯାଉଛନ୍ତି, ଯାହାଉପରେ ଆମ ସମାଜ କଥାବାର୍ତ୍ତା କରିବାକୁ ଦ୍ୱିଧା ପ୍ରକାଶ କରିଥାନ୍ତି । ଏକାକୀ ପିତା ହେବାର ନିଷ୍ପତ୍ତି ତାଙ୍କ ପାଇଁ ଚ୍ୟାଲେଞ୍ଜ ଥିଲା କିନ୍ତୁ ସେ ଏକ ପରିବର୍ତ୍ତନ ଚାହୁଁଥିଲେ ଏବଂ ସମାଜକୁ ଏକ ବାର୍ତ୍ତା ଦେବାକୁ ଚାହୁଁଥିଲେ ।
 ତୁଷାରଙ୍କ ‘ବ୍ୟାଚେଲର୍‌ ଡାଡ୍‌’ ପୁସ୍ତକ

ବର୍ତ୍ତମାନ ଏହି ପୁସ୍ତକ ଜରିଆରେ ସେ ତାଙ୍କର ସ୍ୱପ୍ନ ପୂରଣ କରିବେ ବୋଲି ତୁଷାର କହିଛନ୍ତି । ସେପଟେ ପୁସ୍ତକର ଉନ୍ମୋଚନ ବିଷୟରେ ବର୍ଣ୍ଣନା କରି ତୁଷାର କହିଛନ୍ତି ଯେ ପେଙ୍ଗୁଇନ୍‌ ଇଣ୍ଡିଆ ଦ୍ୱାରା ପ୍ରକାଶିତ ଏହି ପୁସ୍ତକ ତାଙ୍କ କାହାଣୀ ଏବଂ ତାଙ୍କ ସ୍ୱରକୁ ପ୍ରକାଶ କରିବ । ବର୍ଷୀୟାନ ଅଭିନେତା ଜିତେନ୍ଦ୍ର କପୁରଙ୍କ ପୁତ୍ର ତୁଷାର କପୁର ୨୦୦୧ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ତୁଝେ ମେରୀ କସମ୍‌’ ଜରିଆରେ ସିନେ ଦୁନିଆରେ ପଦାର୍ପଣ କରିଥିଲେ । ହେଲେ ‘ଗୋଲମାଲ୍‌’ ଏବଂ ‘କ୍ୟା କୁଲ୍‌ ହେ ହମ୍‌’ ପରି କମେଡି ଫିଲ୍ମରେ ସେ ଅଧିକ ଲୋକପ୍ରିୟ ହୋଇପାରିଥିଲେ । ଆଗକୁ ସେ ‘ମରିଚ୍‌’ ନାମକ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ଏଥିରେ ତାଙ୍କ ସହ ନାସିରୁଦ୍ଦିନ ଶାହ ମଧ୍ୟ ଅଭିନୟ କରୁଛନ୍ତି ।

Comments are closed.