ତୁମ ପାଇଁ ଗାଏ ଗୀତ

ଡ଼. ଚୌଧୁରୀ ସଂଯୁକ୍ତା ଷଡ଼ଙ୍ଗୀ

ବଦଳି ଗଲାଣି ସମୟରେ ଧନ
ବଦଳି ଗଲାଣି ସମୟ
ନିଜ ସୁଖ କଥା ସଭିଙ୍କର ଚିନ୍ତା
ବାପମାଆ ଦୁଃଖେ ଅଥୟ।
ବାପମାଆ ଡାକ ଭୁଲି ବୁଢାବୁଢୀ
ମଣନ୍ତି ଅଲୋଡ଼ା ଏଜୀବ
ଗୋଡ଼ ହାତ ତାଙ୍କ ଅଚଳ ଆଗରୁ
ନିତି ଖୋଜୁଥାନ୍ତି ମରଣ।
ପେନସନ୍‍ ଗଣ୍ଡେ ପାଉଛି ଯଦି କେ
ସେ ତ ଭାରୁଆ ବଳଦ
ଯେତେ ଭିଡ଼ୁଥିବ ସେତେ ଟାଣୁଥିବେ
ମଣୁଥିବେ ଦୁଃଖ-କଉତୁକ।
ଆଦର ନାହିଁ ଯେ ତାଙ୍କ ପାଇଁ ମନେ
ସମୟ ସରେନି ତାଙ୍କର
କେ ବୋଲେ ବୁଢାର କାମ ନାହିଁ ବୋଲି
ହେଉଛି ବକର ବକର।
ପେଟ ଚିରି ଯାହା ଦେଇଛି ଜନମ
ଆଦରି ପଡ଼ିଛି ମନ୍ଦ ମୋ କରମ
ସତେ ବୃଦ୍ଧକାଳେ ତୋ ସେବା ପାଇବି
ମାଆ ହୋଇ ଲାଗେ ସରମ।

Launching Ceremony of “AYUSHMAN BHARAT

Comments are closed.