ଭୁବନେଶ୍ୱର : ଭୁଶୁଡିଲା ଭୁବନେଶ୍ୱର ଟ୍ରେଜେରୀ ଅଫିସ ପାଚେରୀ । ପ୍ରବଳ ବର୍ଷା ଯୋଗୁ ଖାରବେଳନଗର ସ୍ଥିତ ରାଜ୍ୟ କୋଷାଗାରର ୫୦ଫୁଟର ପାଚେରୀ ଭୁଶିଡି ପଡିଛି । ଯାହା ଫଳରେ ୪ଟି ଦାମୀ କାର ତଳେ ଚାପି ହୋଇଯାଇଛି । ଗୁରୁବାର ଦିନ ପ୍ରାୟ ୧୨ଟା ୪୫ମିନିଟରେ ଏହି ଘଟଣା ଘଟିଛି । ଏଥିରେ କେହି ଆହତ ହୋଇନଥିବା ବେଳେ କାର ଗୁଡିକ ପାଚେରୀ ତଳେ ଚାପି ହୋଇ ରହିଛି । ଘଟଣାସ୍ଥଳରେ ଖାରବେଳ ନଗର ଥାନା ପୁଲିସ ପହଞ୍ଚିଛି । ତେବେ ଭଗ୍ନାବଶେଷ ଗୁଡିକ ହଟାଯିବା ପରେ କାର ଗୁଡିକୁ ବାହାର କରାଯିବ ବୋଲି ସୂଚନା ମିଳିଛି ।
