ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳରେ ବସ୍‌ ଚାଲିବ

କରଞ୍ଜିଆ: ଜାନୁଆରୀ ୦୭: କରୋନା କାଳରେ ପର୍ଯ୍ୟଟକଙ୍କୁ ଏକ ଖବର ମିଳିଛି । ଆଜିଠୁ ଶିମିଳିପାଳ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ବୁଲିବା ପାଇଁ ବନ ବିଭାଗ ପକ୍ଷରୁ ୬ଟି ବସ୍‌ ଚଳାଚଳ ଆରମ୍ଭ ହୋଇଛି ।

ମିନି ବସକୁ ସ୍ଥାନୀୟ ଶିମିଳିପାଳ ବାସିନ୍ଦା ବା ଇକୋ ଟୁରିଜିମ ଗ୍ରୁପ୍‌ ରକ୍ଷଣାବେକ୍ଷଣ କରିବ । ଏଥିଲାଗି ଟିକେଟ ବୁକିଂ ଅଫଲାଇନରେ ହେବ । ଯଶିପୁରର ଧୋବାଡିହା ମୁଖ୍ୟଗେଟରେ ୪ଟି ଏବଂ ଦକ୍ଷିଣ ବନ୍ୟାଞ୍ଚଳ ବନଖଣ୍ଡର ପିଠାବଟା ଗେଟ ନିକଟରେ ଦୁଇଟି ବସ ରହିବ । ଗୋଟିଏ ବସରେ ୧୨ ଜଣ ପର୍ଯ୍ୟଟକ ନେଚର୍‌ କ୍ୟାମ୍ପକୁ ଯାଇପାରିବେ । ପ୍ରତି ବସର ଭଡ଼ା ୬ ହଜାରରୁ ସାଢ଼େ ୬ ହଜାର ରଖାଯାଇଛି ।

ପ୍ରତିବର୍ଷ ପର୍ଯ୍ୟଟନ ଋତୁରେ ବୃକ୍ଷଲତା, ଜଳପ୍ରପାତ, ପଶୁପକ୍ଷୀ ଆଦିଙ୍କୁ ଦେଖିବା ସହ ବିବିଧତାକୁ ଉପଭୋଗ କରିବା ପାଇଁ ଦେଶବିଦେଶରୁ ପର୍ଯ୍ୟଟକଙ୍କ ଏଠାକୁ ଆସିଥାନ୍ତି । ସେମାନଙ୍କ ଆଗ୍ରହ ଏବଂ ରାଜ୍ୟ ଟୁରିଜିମ୍‌ର ବ୍ୟାପକ ବିକାଶ ସକାଶେ ବନ ବିଭାଗ ଏହିପରି ନିଷ୍ପତ୍ତି ନେଇଛନ୍ତି ।

Govt

Comments are closed.