ପରିବହନରେ ନମ୍ବର ଓ୍ବାନ୍ ଓଡିଶା

ମୋ ବସ ଏବଂ ଇ-ରାଇଡ଼କୁ କେନ୍ଦ୍ରରସ୍ୱୀକୃତି

ଭୁବନେଶ୍ୱର : ଭୁବନେଶ୍ବରକୁ ମିଳିଛି ଦେଶର ସବୁଠାରୁ ଶ୍ରେଷ୍ଠ ଜନପରିବହନ ବ୍ୟବସ୍ଥାର ସହର ବା ସିଟି ଉଇଥ୍ ବେଷ୍ଟ ପବ୍ଲିକ୍ ଟ୍ରାନ୍ସପୋର୍ଟ ସିଷ୍ଟମର ମାନ୍ୟତା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନକଲ୍ୟାଣକାରୀ ପରିବହନ ଯୋଜନାକୁ କେନ୍ଦ୍ରର ସ୍ବୀକୃତି । ଜନ ପରିବହନ କ୍ଷେତ୍ରରେ ନବୀନ ସରକାରଙ୍କ ଅଭିନବ ପଦକ୍ଷେପକୁ ପ୍ରଶଂସା ସହ ପୁରସ୍କୃତ କରିଛନ୍ତି କେନ୍ଦ୍ର ଗୃହ ନିର୍ମାଣ ଓ ନଗର ବ୍ୟାପାର ମନ୍ତ୍ରଣାଳୟ । ଗୁଜରାଟ ଗାନ୍ଧୀନଗରରେ ଅନୁଷ୍ଠିତ ତିନି ଦିନିଆ ସପ୍ତଦଶ ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଏବଂ ପ୍ରଦର୍ଶନୀରେ ଓଡ଼ିଶାରୁ ସମ୍ମାନିତ କରାଯାଇଛି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଶାସନ କାଳ ମଧ୍ୟରେ ଆରମ୍ଭ କରିଥିବା ଦୁଇଟି ଯୋଜନା ମୋ ବସ୍ ଏବଂ ମୋ ଇ-ରାଇଡ୍ ସେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ଵରକୁ ଦେଶର ସବୁଠାରୁ ଶ୍ରେଷ୍ଠ ଜନ ପରିବହନ ବ୍ୟବସ୍ଥା ଥିବା ସହର ଭାବରେ ସ୍ଵୀକୃତି ପ୍ରଦାନ କରାଯାଇଛି। ରାଜଧାନୀରେ ଗଡୁଥିବା ମୋ ବସ୍ ଏବଂ ମୋ ଇ-ରାଇଡ୍ ସେବା ପାଇଁ ସିଟି ଓ୍ବିଥ୍ ବେଷ୍ଟ ପବ୍ଲିକ୍ ଟ୍ରାନ୍ସପୋର୍ଟ ସିଷ୍ଟମ୍ ର ମାନ୍ୟତା ମିଳିବା ସହ ପୁରସ୍କାର ପ୍ରଦାନ କରାଯାଇଛି । ଓଡ଼ିଶାର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ପରିବହନ କ୍ଷେତ୍ରରେ ଦେଶର ଅନ୍ୟ ଶୀର୍ଷ ସହରକୁ ଭୁବନେଶ୍ଵର ପଛରେ ପକାଇବା ସମଗ୍ର ରାଜ୍ୟବାସୀଙ୍କୁ ଗର୍ବିତ କରିଛି। ନାଗରିକମାନଙ୍କ ସୁବିଧା ପାଇଁ ଓଡ଼ିଶା ସରକାରଙ୍କ “କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ ବା କୃଟରର ମୋ ବସ୍ ଏବଂ ମୋ-ଇ ରାଇଡ୍ ସେବାକୁ ଦେଶର ସର୍ବଶ୍ରେଷ୍ଠ ଜନପରିବହନ ବ୍ୟବସ୍ଥା ବୋଲି କୁହାଯାଇଛି ।

Launching Ceremony of “AYUSHMAN BHARAT

Comments are closed.