ଇମରାନ ହାସମୀ ଏବଂୟାମୀ ଗୌତମଙ୍କ ଅଭିନୀତ ଫିଲ୍ମ “ହକ୍’ର ଟ୍ରେଲର ରିଲିଜ ହୋଇଛି । ତେବେ ଟ୍ରେଲରଙ୍କୁ ଦର୍ଶକ ଖୁବ ଭଲପାଇବା ଦେଉଥିବା ଦେଖିବାକୁ ମିଳୁଛି । ଫିଲ୍ମଟି ସୁପ୍ରିମ କୋର୍ଟର ଏକ ଗୁରୁତର ମାମଲା ମୋହମ୍ମଦ ଅହମଦ ଖାନ ବନାମ ଶାଜିଆ ବାନୋ ବେଗମ ଉପରେ ଆଧାରିତ । ଏହାଏକ କୋର୍ଟରୁମ ଡ୍ରାମା, ଯେଉଁଥିରେ ଶାଜିଆ ଚରିତ୍ରରେୟାମୀ ଅଭିନୟ କରିଛନ୍ତି । ସେହିଭଳି ଇମରାନ ହାସମୀ ତାଙ୍କର ସ୍ୱାମୀଙ୍କ ଭୂମିକାରେ ନଜର ଆସୁଛନ୍ତି । ନିଜ ସ୍ୱାମୀଙ୍କ ଦ୍ୱାରା ଛାଡପତ୍ର ଦିଆଯିବା ପରେ କିଭଳି ଶାଜିଆ ନିଜ ତଥା ପିଲାଙ୍କ ପାଇଁ ନ୍ୟାୟ ମାଗୁଛନ୍ତି ତାହାକୁ ନେଇ କାହାଣୀ ଗତିଶୀଳ । ଇମରାନ ହାସମୀ ତାଙ୍କ ସ୍ୱାମୀସହିତ ଜଣେ ପ୍ରଭାବଶାଳୀ ଓକିଲ ରୂପରେ ନଜର ଆସିଛନ୍ତି । ଟ୍ରେଲରର କାହାଣୀ ପ୍ରେମରୁ ଆରମ୍ଭ ହୋଇଛି ହେଲେ ଏହା ପରେ ଏକ କୋର୍ଟରୁମ ଡ୍ରାମାରେ ପରିବର୍ତ୍ତିତ ହୋଇଯାଇଛି । ଫିଲ୍ମଟି ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ମେକର୍ସ ଆଶା ରଖିଛନ୍ତି । ଫିଲ୍ମଟି ଗୁରୁତ୍ୱପୂର୍ଣ୍ଣ ସାମାଜିକ ସମସ୍ୟା ଉପରେ ଆଲୋକପାତ କରୁଛି, ତେଣୁ ଏହାକୁ ଦର୍ଶକ ଖୁବ ଭଲ ପାଇବା ଦେବେ ବୋଲି ପୁରାୟୁନିଟ ଆଶା ରଖିଛି ।
