ମାଲକାନଗିରି : ଅଭିନବ ଉପାୟରେ ଦିଲ୍ଲୀକୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଧରା ପଡିଲେ ଦୁଇ ବାହାର ରାଜ୍ୟର ଜଣେ ମହିଳା ଓ ଜଣେ ପୁରୁଷ । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ପକ୍ଷରୁ ଏସ ଆଇ ଦ୍ରୋଣା ଆଚାର୍ଯ୍ୟଙ୍କ ସହ ଥାନାର ଅନ୍ୟ କର୍ମଚାରୀମାନେ ପାଟ୍ରୋଲିଂ କରୁଥିଲା ବେଳେ ଏମପିଭି ୨୩ ଗ୍ରାମ ଛକ ନିକଟରେ ଜଣେ ମହିଳା ଓ ଜଣେ ପୁରୁଷ ଦୁଇଟି ଗ୍ୟାସ ସିଲିଣ୍ଡର ଧରି ବସକୁ ଜଗିରହିଥିଲେ । ପୁଲିସକୁ ଦେଖି ସେମାନେ ପଳାଇବାକୁ ଚେଷ୍ଠା କରୁଥିବା ବେଳେ ସେମାନଙ୍କୁ ପୁଲିସ କାବୁ କରିନେଇଥିଲେ । ସେ ଦୁଇଜଣ ବାହାର ରାଜ୍ୟର ହୋଇ ଥିବାରୁ ପୁଲିସର ସନ୍ଦେହ ହୋଇଥିଲା ।
ମାଲକାନଗିରି କାଲିମେଳାରୁ ଗ୍ୟାସ ସିଲିଣ୍ଡର କାହିଁକି ନେଉଛନ୍ତି ପଚାରିବାରୁ ସଠିକ ଉତ୍ତର ଦେଇ ପାରି ନଥିଲେ । ଗ୍ୟାସ ସିଲିଣ୍ଡର ଯାଞ୍ଚ କରିବାରୁ ସେଥିରେ ଗ୍ୟାସ ବଦଳରେ ଗଞ୍ଜେଇ ଥିବାର ଦେଖିବାକୁ ପାଇଥିଲେ । ଗଞ୍ଜେଇ ଜବତ କରି ସେ ଦୁଇଜଣଙ୍କୁ ଗିରଫ କରି ଥାନା କୁନେଇ ପଚରା ଉଚରା କରିବାରୁ ସେ ଦୁଇଜଣ ଗଞ୍ଜେଇ ନେଇ କୋରାପୁଟ ଠାରୁ ଟ୍ରେନ ଯୋଗେ ବିଶାଖାପାଟନା ପରେ ଦିଲ୍ଲୀକୁ ଯାଇଥାନ୍ତେ ବୋଲି କହି ଥିଲେ । ଗିରଫ ହୋଇଥିବା ମହିଳାଙ୍କ ନାମ ଅଞ୍ଜନା ଦାସ ସେ ଦିଲ୍ଲୀରେ ରହୁଥିବା ବେଳେ ଅନ୍ୟଜଣେ ଉତ୍ତର ପ୍ରଦେଶର ତାଙ୍କ ନାମ କରନ କୁମାର ବୋଲି ଜଣାପଡିଛି । ସେମାନେ ଦୁଇଟି ଗ୍ୟାସ ଟାଙ୍କିରେ ନିଆରା ଢଙ୍ଗରେ ୧୨କେଜି ଗଞ୍ଜେଇ ଭର୍ତ୍ତି କରି ଚାଲାଣ କରୁ ଥିଲା ବେଳେ ପୋଲିସ ଧରିବାରେ ସଫଳ ହୋଇଛି । ଏହାକୁ ନେଇ କାଲିମେଳା ଥାନା ପୋଲିସ ପକ୍ଷରୁ କେଶ ନମ୍ବର ୩୪୩/୨୨ ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଭବାନୀ ଶଙ୍କର ସାହୁ ସୂଚନା ଦେଇଛନ୍ତି ।

Comments are closed.