ସରିଆସୁଛି ଅବଧି ୧ରୁ କଡ଼ାକଡ଼ି ହେବ ଟ୍ରାଫିକ ନିୟମ

ସମୟ ଲାଇଭ,୧୫/୧୧:ସେପ୍ଟେମ୍ବର ୧ରୁ ସଂଶୋଧିତ ମୋଟର ଯାନ ଆଇନ୍‌ ୨୦୧୯ ଲାଗୁ ହୋଇଥିଲା। ବାଦ ବିବାଦ ପରେ ୩ ମାସ ପର୍ୟ୍ୟନ୍ତ ନିୟମକୁ କୋହଳ କରିଥିଲେ ରାଜ୍ୟ ସରକାର। ଆସନ୍ତା ଡିସେମ୍ବର ୧ ତାରିଖରୁ ରାଜ୍ୟରେ କଡାକଡି ହେବ ଟ୍ରାଫିକ ନିୟମ। ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ନିୟମ ନମାନିଲେ ପୂର୍ବରୁ ଯେଉଁଭଳି ଫାଇନ ଆଦାୟ ହେଉଥିଲା ପୁଣି ସେମିତି ଫାଇନ କଟାଯିବ ବୋଲି କହିଛିନ୍ତି ମନ୍ତ୍ରୀ। ସଂଶୋଧିତ ମୋଟର ଯାନ ଆଇନ୍‌ ୨୦୧୯ ଅନୁଯାୟୀ ଫାଇନ୍‌ ବା ଜରିମାନା ଆଦାୟ କରାଯିବ ବୋଲି ଜଣାପଡ଼ିଛି।

Launching Ceremony of “AYUSHMAN BHARAT

Comments are closed.