ଲକ୍ଷ୍ମୀଡୁଙ୍ଗୁରୀ ପାହାଡ଼ରେ ଭୂÕଳନ, ଯାତାୟାତ ଠପ୍‌

ସମ୍ବଲପୁର : ଲଗାଣ ବର୍ଷା ଯୋଗୁ ସମ୍ବଲପୁର-ବୁର୍ଲା ରାସ୍ତାର ୫୩ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମୀଡୁଙ୍ଗୁରୀ ପାହାଡ଼ରେ ଭୂÕଳନ ହୋଇଛି । ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ । ହେଲେ ପାହାଡ଼ରୁ ପଥର ଖଣ୍ଡଗୁଡ଼ିକ ରାସ୍ତାରେ ପଡ଼ି ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

ମହାନଦୀ ବ୍ରିଜ ନିକଟରୁ ବ୍ୟାରିକେଟ କରାଯାଇ ଜାତୀୟ ରାଜପଥର ଗୋଟିଏ ପାଶ୍ୱର୍କୁ ବନ୍ଦ କରି ଦିଆଯାଇଛି । ବର୍ଷା ଲାଗି ରହିଥିବାରୁ କୌଣସି ମୁହୂର୍ତ୍ତରେ ମଧ୍ୟ ପୁଣି ଥରେ ଭୂÕଳନ ହେବାର ସମ୍ଭାବନା ରହିଛି । ଏଥିପାଇଁ ସେହି ରାସ୍ତା ଦେଇ ଯିବାଆସିବା କରିବାକୁ ବାରଣ କରାଯାଇଛି ।

ସୂଚନା ଥାଉଯେ, ଲକ୍ଷ୍ମୀଡୁଙ୍ଗୁରି ପାହାଡ଼ରୁ ପଥର ଖସିବା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଲକ୍ଷ୍ମୀଡୁଙ୍ଗୁରୀ ପାହାଡ଼ରୁ ପଥର ଖସିଥିଲା । ବଙ୍ଗୋପସାଗରରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରଟି ଗତକାଲି ଅବପାତରେ ପରିଣତ ହେବା ପରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି । ଏହା ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ଅତିପ୍ରବଳ ବର୍ଷାର ବି ସମ୍ଭାବନା ରହିଛି । ଏହାସହ ପାରାଦୀପ, ଧାମରା ଓ ଗୋପାଳପୁର ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

Comments are closed.