ସମୟ ଲାଇଭ୍,୨୨/୧୧: ଆସନ୍ତା ଡ଼ିସେମ୍ବର ୧ରୁ ଟ୍ରାଫିକ ନିୟମ କଡ଼ାକଡ଼ି ହେବାକୁ ଯାଉଛି। ବିନା ହେଲମେଟରେ ଗାଡ଼ି ଚଳାଇଲେ କିମ୍ବା ଦୁଇଚକିଆରେ ଦୁଇରୁ ଅଧିକ ଲୋକ ଯାତ୍ରା କଲେ ୧୦୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ଏହାସହ ୩ ମାସ ପାଇଁ ଳାଇସେନ୍ସ ରଦ୍ଦ କରିଦିଆଯିବ।
ସେହିପରି ଲାଇସେନ୍ସ ନଥିଲେ ୫ ହଜାର ଟଙ୍କା ଓ ଲାଇସେନ୍ସ ରଦ୍ଦ କରାଯିବା ପରେ ମଧ୍ୟ ଗାଡ଼ି ଚଳାଇଲେ ଚାଳକଙ୍କୁ ୧୦ ହଜାର ଟଙ୍କା ଗଣିବାକୁ ପଡ଼ିବ। ସେହିପରି ଜରୁରୀକାଳିନ ନିର୍ଦ୍ଦେଶ ନ ମାନିଲେ କିମ୍ବା ବିନା ଇନ୍ସ୍ୟୁରାନ୍ସରେ ଗାଡ଼ି ଚଳାଇଲେ ୨ହଜାର ଟଙ୍କା ଫାଇନ୍ ଦେବାକୁ ହେବ।
ଗାଡ଼ି କାଗଜପତ୍ର ନଥିଲେ କିମ୍ବା ଦ୍ରୁତ ଗତିରେ ଗାଡ଼ି ଚଳାଇଲେ ୫ ହଜାର ଟଙ୍କାର ଚାଲାଣ କଟିବ। ସେହିପରି ସିଟବେଲ୍ଟ ନବାନ୍ଧିଲେ ୧ ହଜାର ଟଙ୍କା ଓ ମଦ୍ୟପ ଚାଳକଙ୍କ ଠାରୁ ୧୦ ହଜାର ଟଙ୍କା ଆଦାୟ କରାଯିବ। ତେବେ କୌଣସି ନାବାଳକ ଏପରି ନିୟମ ଉଲଂଘନ କରନ୍ତି ତେବେ ଗାଡ଼ି ମାଲିକ କିମ୍ବା ଅଭିଭାବକଙ୍କୁ ୨୫ ହଜାର ଟଙ୍କାର ଜୋରିମାନ ଦେବାକୁ ହେବ ଏହାସହ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ।
ତେବେ ଉଭୟ ପୋଲିସ୍ କର୍ମଚାରୀଙ୍କ ଉଦ୍ୟମ ଓ ଚାଳକଙ୍କ ମଧ୍ୟରେ ସଚେତନା ଆଗାମୀ ଦିନରେ ଟ୍ରାଫିକ୍ ବ୍ୟବସ୍ଥାରେ ସୁଧାର ଆଣିପାରେ।

Comments are closed.