ନୂଆଦିଲ୍ଲୀ: ନୋଏଡ଼ାରେ ବେଆଇନ ଭାବେ ନିର୍ମିତ ୩୨ ଓ ୨୯ ମହଲା-ବିଶିଷ୍ଟ ଦେ୍ୱତ ଟାୱାର(ଟ୍ୱିନ ଟାୱାର)କୁ ଭାଙ୍ଗିଦିଆଯାଇଥିଲା । ଦୁନିଆର ପ୍ରସିଦ୍ଧ କମ୍ପାନୀକୁ ଏହି ଟ୍ୱିନ ଟାୱାରକୁ ମାଟିରେ ମିଶାଇ ଦେବାକୁ ଦାୟିତ୍ୱ ଦିଆଯାଇଥିଲା । ଏହି ଟାୱାର ଭଙ୍ଗାଯିବା ପରେ ବାହାରିଥିବା ଆବର୍ଜନା ଏପର୍ଯ୍ୟନ୍ତ ସଫା ହୋଇନାହିଁ ବହୁ ସଂଖ୍ୟାରେ ଶ୍ରମିକ ଏବଂ ମେସିନ ବିଲïିଂ ସାଇଟରେ ଥିବା ଆବର୍ଜନାଗୁଡ଼ିକୁ ହଟାଇବାରେ ନିୟୋଜିତ ଅଛନ୍ତି । ତେବେ ବର୍ତ୍ତମାନ ଖବର ଆସିଛି ଯେ ଗୁରୁଗ୍ରାମରେ ମଧ୍ୟ ଏଭଳି ଅଟ୍ଟାଳିକାକୁ ଭଙ୍ଗାଯିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

ଗୁରୁଗ୍ରାମର ଡେପୁଟି କମିଶନର ନିଶାନ୍ତ କୁମାର ଯାଦବ କହିଛନ୍ତି ଯେ ଗୁରୁଗ୍ରାମର ସେକଫର ୧୦୯ ରେ ଥିବା ‘ଚିଣ୍ଟେଲ୍ସ ପାରାଡିସୋ କଣ୍ଡୋମିନିୟମ୍’ ବିଲïିଂର ୫୦ଟି ଫ୍ଲାଟ ଥିବା ଟାୱାର-ଡିକୁ ଭଙ୍ଗାଯିବ ୧୦ ଫେବୃଆରୀ ୨୦୨୨ରେ, ମରାମତି କାମ ସମୟରେ ଟାୱାର ଡିରେ ଥିବା ଷଷ୍ଠ ମହଲା ଆପାର୍ଟମେଣ୍ଟର ଏକ ସ୍ଲାବ ଖସିପଡିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ରାଜ୍ୟ ସରକାର ଏହାର ଯାଞ୍ଚ ପାଇଁ ଏକ କମିଟି ଗଠନ କରିଥିଲେ ଏବଂ ବିଲïିଂର ଅଡିଟ୍ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣାର ଅନୁସନ୍ଧାନ କରୁଥିବା ଅତିରିକ୍ତ ଡେପୁଟି କମିଶନର ବିଶ୍ୱାମ କୁମାର ମୀନାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା ।
ତେବେ ବର୍ତ୍ତମାନ ଜଣାପଡିଛି ଯେ ଏହି ବିଲଡିଂକୁ ମରାମତି କରିବା ସମ୍ଭବ ନୁହେଁ, ତେଣୁ ଏହି ଟାୱାରକୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯିବା ଉଚିତ ବୋଲି ଡେପୁଟି କମିଶନର ନିଶାନ୍ତ କୁମାର ଯାଦବ ଗଣମାଧ୍ୟମକୁ କହିଛନ୍ତି । ତେବେ ଯାଦବ କହିଛନ୍ତି, ଯେ ଏହାକୁ କେବେ ଭଙ୍ଗାଯିବ ସେ ନେଇ ନିଷ୍ପତ୍ତି ହୋଇନାହିଁ । ସେ କହିଛନ୍ତି ଯେ ଆଇଆଇଟି-ଦିଲ୍ଲୀର ଅନୁସନ୍ଧାନ ରିପୋର୍ଟରେ ଏହା ଜଣାପଡିଛି ଯେ ଚିଣ୍ଟେଲ୍ସ ପାରାଡିସୋ ର ଡି ଟାୱାରରେ ଗଠନମୂଳକ ତ୍ରୁଟି ରହିଛି । ବିଲଡିଂ ନିର୍ମାଣରେ ନିମ୍ନସ୍ତରର କଂକ୍ରିଟ୍ ବ୍ୟବହୃତ ହୋଇଛି, ଯାହାର ମରାମତି ସମ୍ଭବ ନୁହେଁ ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ଆଇଆଇଟି-ଦିଲ୍ଲୀ ଦଳ ମଧ୍ୟ ଟାୱାର-ଡି ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି ।

Comments are closed.