ଦୀର୍ଘ ୧୦ ଘଣ୍ଟା ପରେ ବାରହା କବଳରୁ ମୁକୁଳିଲେ ପର୍ଯ୍ୟଟକ

0

ଖୋର୍ଦ୍ଧା: ବାରହା କବଳରୁ ମୁକୁଳିଲେ ୫ ପର୍ଯ୍ୟଟକ । ଖୋର୍ଦ୍ଧା ବରୁଣେଇରେ ବାରହା କବଳରେ ଥିବା ପର୍ଯ୍ୟଟକ ଉଦ୍ଧାର ହୋଇଛନ୍ତି । ବାରହାକୁ ଘଉଡ଼ାଇ ଦୀର୍ଘ ୧୦ ଘଣ୍ଟା ପରେ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଅଗ୍ନିଶମ ଓ ବନବିଭାଗ କର୍ମଚାରୀ । ତେବେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି ।

ଗତ ଶନିବାର ଖୋର୍ଦ୍ଧା ଜଟଣୀ ଅଞ୍ଚଳରୁ ୫ ଜଣ ପର୍ଯ୍ୟଟକ ବରୁଣେଇ ପୀଠକୁ ପର୍ଯ୍ୟଟନରେ ଯାଇଥିଲେ । ପୀଠରେ ବୁଲାବୁଲି କରୁଥିବା ସମୟରେ ବାରହା ସେମାନଙ୍କୁ ଆକ୍ରମଣ କରିଥିଲା। ଏଥିରେ ୩ ଜଣ ପର୍ଯ୍ୟଟକ ଗୁରୁତର ଆହତ ହୋଇଥିଲେ। ବାରହା କବଳରୁ ବର୍ତ୍ତିବାକୁ ଯାଇ ପର୍ଯ୍ୟଟକମାନେ ଗଛ ଉପରେ ଚଢି ଆଶ୍ରୟ ନେଇଥିଲେ । ଖବର ପାଇ ସ୍ଥାନୀୟ ପୁଲିସ ଏବଂ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ଆହତ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଜଣେ ଗୁରୁତର ପର୍ଯ୍ୟଟକଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.