ରାସ୍ତା ଉପରେ ତିଆରି ହେଇପାରିବ ନାହିଁ ତୋରଣ – ହାଇକୋର୍ଟ

କଟକ : ପାର୍ବଣ ଋତୁରେ ଉତ୍ସବ ମୁଖର ହେଲାଣି ପରିବେଶ । ଶାରଦୀୟ ଦୁର୍ଗାପୂଜାକୁ ଆଉ ମାତ୍ର ଦିନ କେଇଟା ଥିବାବେଳେ ପୂଜା କମିଟି ଗୁଡିକୁ ଲାଗିଛି ହାଇକୋର୍ଟ ଝଟକା । ପ୍ରଥମେ ଡିଜେ,ବାଣ,ମଦ ଏବଂ ପୂଜା ଚାନ୍ଦ ଆଦାୟ ଉପରେ କୋର୍ଟ ରୋକ ଲାଗାଇଥିବାବେଳେ ଏବେ ତୋରଣ ନିର୍ମାଣକୁ ନେଇ ଦେଇଛନ୍ତି କଡା ନିର୍ଦେଶ । ହାଇକୋର୍ଟ ଆଜି ରାସ୍ତା ଉପରେ ତୋରଣ ନିର୍ମାଣକୁ ବାରଣ କରିଛନ୍ତି। ଏଥି ସହ ଶବ୍ଦ ପ୍ରଦୂଷଣ ରୋକିବା ଲାଗି ଡିଜେ ନବଜାଇବା,ରାସ୍ତା ଉପର ଦେଇ ଯାଇଥିବା କେବୁଲ ଓ ତାର ସମ୍ପୂର୍ଣ୍ଣ ହଟାଇବାକୁ କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଅକ୍ଟୋବର ୫ ସୁଦ୍ଧା କଟକ ସହରର ସମସ୍ତ ରାସ୍ତା ମରାମତି ହେବ ବୋଲି ପୂର୍ତ୍ତ ସଚିବ କୋର୍ଟଙ୍କୁ ଅବଗତ କରିଛନ୍ତି। ତେବେ କଟକ ସହରର ଏକାଧିକ ସମସ୍ୟାକୁ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି । ରାସ୍ତାର ଦୂରାବସ୍ଥାକୁ ନେଇ କଟକ ମହାନଗର ନିଗମକୁ କୋର୍ଟ ଭର୍ସନା କରିଛନ୍ତି ।

ଦୁର୍ଗାପୂଜା ପାଇଁ କମିଶନରେଟ ପୁଲିସ ପକ୍ଷରୁ କଟକଣା ଜାରି କରାଯାଇଛି । ଦୈତନଗରୀ କଟକ-ଭୁବନେଶ୍ୱରରେ ଏଥର ଦୁର୍ଗାପୂଜାରେ ଡିଜେକୁ ବାରଣ କରାଯାଇଛି । ଏହା ସହିତ ମଦ ଓ ପ୍ଲାଷ୍ଟିକ୍ ମୁକ୍ତ ଦୁର୍ଗାପୂଜାକୁ ଗୁରୁତ୍ଵ ଦିଆଯାଇଛି । ପୂଜା କମିଟି ମଧ୍ୟ ବଟି ମାଗିଲେ ସଂପୃକ୍ତ ବ୍ୟକ୍ତି ଗିରଫ ହେବେ ବୋଲି ପୁଲିସ କମିଶନର ସଞ୍ଜୀବ ପଣ୍ଡା କଡ଼ା ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ସ୍ୱଇଚ୍ଛାରେ କେହି ଦାନ ଦେବାକୁ ଚାହୁଁଥିଲେ ଦେଇପାରିବେ । ସେହିପରି ରାବଣ ପୋଡିରେ ବାଣ ବ୍ୟବହାର ନକରିବାକୁ ନିବେଦନ କରାଯାଇଛି ।

ଆସନ୍ତା ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ତା ଭିତରେ ସମସ୍ତ ନିର୍ଦ୍ଦେଶର ସଠିକ ଅନୁପାଳନ ଲାଗି କୋର୍ଟ ବିଭାଗୀୟ ଅଧିକାରୀ ମାନଙ୍କୁ ତାଗିତ କରିଛନ୍ତି ।

Govt

Comments are closed.