ଏଥର ଦେବାକୁ ପଡ଼ିବ ଟୋଲ ଫି!

ସମୟ ଲାଇଭ୍‍, ୧୮/୪: ଦେଶରେ ମେ ୩ ତାରିଖ ପର୍ଯ୍ୟନ୍ତ ଲକ୍‍ଡ଼ାଉନ୍‍ ଜାରି ରହିଥିବାବେଳେ ଅର୍ଥାବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏପ୍ରିଲ ୨୦ ତାରିଖରୁ ଅନେକ ନିୟମ କୋହଳ କରାଯାଇଛି। ଏହି ନିୟମ କୋହଳ କରାଯିବା ସହ ଏପ୍ରିଲ ୨ହ ତାରିଖରୁ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ପକ୍ଷରୁ ଜାତୀୟ ରାଜପଥରେ ଟୋଲ ଟ୍ୟାକ୍ସ ଆଦାୟ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏନେଇ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ଏନ୍‍ଏଚ୍‍ଏଆଇକୁ ଚିଠି ଲେଖିଛନ୍ତି।
ସୂଚନାଥାଉ କି, ଦେଶରେ ଲକ୍‍ ଡ଼ାଉନ ଜାରି ରହିଥିବାବେଳେ ଗତ ମାର୍ଚ୍ଚ ୨୫ ତାରିଖରୁ ଟୋଲ ଟ୍ୟାକ୍ସ ଆଦାୟକୁ ସ୍ଥଗିତ ରଖାଯାଇଥିଲା। ତେବେ ପ୍ରଥମେ ଏପ୍ରିଲ ୧୧ ଓ ପରେ ୧୪ ତାରିଖରେ ଏନଏଚଆଇକୁ ମନ୍ତ୍ରଣାଳୟ ପକ୍ଷରୁ ଟୋଲ ଫି ଆଦାୟ ପାଇଁ ଚିଠି ଲେଖାଯାଇଥିଲା।
ଟୋଲ ଫି ଆଦାୟ ଫଳରେ ସରକାରଙ୍କୁ ରାଜସ୍ୱ ମିଳୁଥିବାବେଳେ ଏନଏଚଆଇ ମଧ୍ୟ ଲାଭବାନ ହୋଇଥାଏ। ଏଣୁ ଏପ୍ରିଲ ୨୦ ରୁ ଦେଶରେ କେତକ ସ୍ଥାନରେ ଲକ୍‍ଡ଼ାଉନ୍‍ ଉଠୁଥିବାରୁ ଆବଶ୍ୟକ ସ୍ଥଳେ ଟୋଲ୍‍ ଟ୍ୟାକ୍ସ ଆଦାୟ କରାଯିବ।

Launching Ceremony of “AYUSHMAN BHARAT

Comments are closed.