ଫିଲ୍ମ ‘ଅମର ସିଂ ଚମକିଲା’ ରିଲିଜ୍ ପରେ ଏହାକୁ ନେଇ ଅନେକ ଚର୍ଚ୍ଚା କରାଯାଇଥିଲା । ସେହିସମୟରେ ଏକ ଚର୍ଚ୍ଚା ବେଶ୍ ଲାଇମ୍ ଲାଇଟ୍ରେ ରହିଥିଲା, ଯାହାହେଲେ ପଞ୍ଜାବୀ ସିଙ୍ଗର ଅମର ସିଂ ଚମକିଲା ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ରିଜେକ୍ଟ କରିଥିଲେ । ଶ୍ରୀଦେବୀଙ୍କର ତାଙ୍କ ସହିତ କାମ କରିବାକୁ ଖୁବ ଇଚ୍ଛା ଥିଲା, ହେଲେ ସେ ଏହି ଅଫରକୁ ମନା କରିଦେଇଥିଲେ । ଏପରିକି ଶ୍ରୀଦେବୀ ତାଙ୍କ ସହିତ ପଞ୍ଜାବୀ ଭାଷାରେ ମଧ୍ୟ ଫିଲ୍ମ କରିବାକୁ ରାଜିଥିଲେ, ହେଲେ ତାଙ୍କର ଏହି ଇଚ୍ଛା ପୂରା ହୋଇ ପାରିନଥିଲା । ପ୍ରସିଦ୍ଧ ଫୋକ ସିଙ୍ଗର ଅମର ସିଂଙ୍କୁ ପଞ୍ଜାବ ସହିତ ସମଗ୍ରଦେଶର କଳାପ୍ରେମୀ ଖୁବ ଭଲପାଉଥିଲେ । ତେବେ ଗୀତର ଲିରିକ୍ସ ପାଇଁ ସେ ଅନେକ ବିବାଦରେ ଫସି ରହିଥିଲେ । ୮ ମାର୍ଚ୍ଚ ୧୯୮୮ରେ ଅମର ସିଂ ଚମକିଲା ଓ ତାଙ୍କ ପନିୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ଘଟଣାରେ ତାଙ୍କ ବ୍ୟାଣ୍ଡର ଆହୁରି ଦୁଇଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ତାଙ୍କ ବାୟୋପିକ୍ରେ ପରୀଣିତି ଚୋପ୍ରା ଓ ଦିଲ୍ଜିତଙ୍କୁ ସ୍କ୍ରିନ୍ ସେୟାର କରୁଥିବାର ଦେଖିବାକୁ ମିଳିଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଇମତିଆଜ ଅଲ୍ଲୀ ।

Comments are closed.