ସମୟ ଲାଇଭ୍, ୧୯/୧୦: ଆସନ୍ତା ନଭେମ୍ବର ୧ ଓ ୨ ତାରିଖରେ କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଅନୁଷ୍ଠିତ ହେବାକୁଥିବା ଟୋକିଓ ଅଲିମ୍ପିକ୍ସ ହକି କ୍ୱାଲିଫାୟାର୍ସ ମୁକାବିଲା ପାଇଁ ଉଭୟ ପୁରୁଷ ଓ ମହିଳା ଦଳ ଘୋଷଣା କରାଯାଇଛି। ତେବେ ଏଥିରେ ତିନି ମହିଳା ଖେଳାଳିଙ୍କ ସହ ମୋଟ ଚାରିଜଣ ଓଡ଼ିଆଙ୍କୁ ସାମିଲ କରାଯାଇଛି।
ତେବେ ୨୨ ଜଣିଆ କ୍ୟାମ୍ପରେ ସାମିଲ ଥିବା ଅନ୍ୟତମ ଓଡ଼ିଆ ହକି ତାରକା ବୀରେନ୍ଦ୍ର ଲାକ୍ରା ଏଥିରୁ ବାଦ ପଡ଼ିଛନ୍ତି।
ବେଲଜିୟମ୍ ଓ ସ୍ପେନ୍ ବିପକ୍ଷରେ ଖେଳିଥିବା ବୀରେନ୍ଦ୍ରଙ୍କ ପ୍ରଦର୍ଶନ କୋଚ୍ ଗ୍ରାହାମ୍ ରିଡ଼ଙ୍କୁ ଆକୃଷ୍ଟ କରିପାରିନାହିଁ। ଫଳରେ ତାଙ୍କ ଋଷିଆ ବିପକ୍ଷ ଅଲିମ୍ପିକ ଦଳରେ ନିଆଯାଇନାହିଁ ବୋଲି କୋଚ ରିଡ଼ ପ୍ରେସମିଟରେ କହିଛନ୍ତି।![]()
ରିଡ଼ଙ୍କ ମତରେ ବୀରେନ୍ଦ୍ରଙ୍କ ଅପେକ୍ଷା ଉନ୍ନତ ଖେଳାଳିଙ୍କୁ ଦଳରେ ନିଆଯାଇଛି।
ତେବେ କୋଚଙ୍କ ଏପରି ନିଷ୍ପତ୍ତି କ୍ରମେ ବୀରେନ୍ଦ୍ର କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସ ଖେଳିବାରୁ ବଞ୍ଚିତ ହୋଇଛନ୍ତି। ![]()
ସୂଚନା ଥାଉ କି, ରାନୀ ରାମ ପାଲ ମହିଳା ଦଳାର ନେତୃତ୍ୱ ନେଉଥିବାବେଳେ ମନ୍ପ୍ରୀତ ସିଂ ପୁରୁଷ ଦଳର ନେତୃତ୍ୱ ନେଇଛନ୍ତି। ମହିଳା ଦଳରେ ଓଡ଼ିଆ ଖେଳାଳି ଦୀପଗ୍ରେସ ଏକ୍କା, ନମିତା ଟପ୍ପୋ ଓ ଲିଲିମା ମିଞ୍ଜଙ୍କୁ ନିଆଯାଇଥିବାବେଳେ ପୁରୁଷ ଦଳରେ ଏକମାତ୍ର ଓଡ଼ିଆ ଖେଳାଳି ଅମିତ୍ ରୋହୀଦାସଙ୍କୁ ସାମିଲ କରାଯାଇଛି।

ତେବେ ୨୨ ଜଣିଆ କ୍ୟାମ୍ପରେ ସାମିଲ ଥିବା ଅନ୍ୟତମ ଓଡ଼ିଆ ହକି ତାରକା ବୀରେନ୍ଦ୍ର ଲାକ୍ରା ଏଥିରୁ ବାଦ ପଡ଼ିଛନ୍ତି।
ବେଲଜିୟମ୍ ଓ ସ୍ପେନ୍ ବିପକ୍ଷରେ ଖେଳିଥିବା ବୀରେନ୍ଦ୍ରଙ୍କ ପ୍ରଦର୍ଶନ କୋଚ୍ ଗ୍ରାହାମ୍ ରିଡ଼ଙ୍କୁ ଆକୃଷ୍ଟ କରିପାରିନାହିଁ। ଫଳରେ ତାଙ୍କ ଋଷିଆ ବିପକ୍ଷ ଅଲିମ୍ପିକ ଦଳରେ ନିଆଯାଇନାହିଁ ବୋଲି କୋଚ ରିଡ଼ ପ୍ରେସମିଟରେ କହିଛନ୍ତି।

Comments are closed.