ଆଜି ଶ୍ରୀମନ୍ଦିରେ ପଇତାଲାଗି ନୀତି: ଅପରାହ୍ନ ୪ଟାରୁ ଦର୍ଶନ ବନ୍ଦ

ପୁରୀ: ନଭେମ୍ବର ୨୯: ଆଜି ମାର୍ଗଶୀର କୃଷ୍ଣ ଦଶମୀ ତିଥି ହୋଇଥିବା ହେତୁ ଶ୍ରୀମନ୍ଦିରରେ ପଇତାଲାଗି ନୀତି ଅନୁଷ୍ଠିତ ହେବ । ଏଥିରେ ତିନି ଠାକୁର ପଇତା ପରିଧାନ କରିବେ । ଏହା ଏକ ସ୍ୱତନ୍ତ୍ର ଗୁପ୍ତ ନୀତି ହୋଇଥିବା ହେତୁ ଏହ ନୀତିକାନ୍ତି ସମୟରେ ଦର୍ଶନାର୍ଥୀଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ । ଅପରାହ୍ନ ସମୟ ୪ଟାରୁ ଦର୍ଶନ ବନ୍ଦ ରହିବ । ତେବେ ମଙ୍ଗଳବାର ସକାଳଠାରୁ ପୁର୍ନବାର ସାଧାରଣ ଦର୍ଶନ ଆରମ୍ଭ ହେବ ।

ଏହି ନୀତିରେ ପ୍ରଥମେ ମଧ୍ୟାହ୍ନ ଧୂପ ପରେ ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦଇତାପତି ଗର୍ଭଗୃହକୁ ପ୍ରବେଶ କରି ଏହି ଗୁପ୍ତ ସମ୍ପନ୍ନ କରିବେ । ଏହି ସବୁ ନୀତି ଆରମ୍ଭ ହେବା ପୂର୍ବରୁ ଜୟବିଜୟ ଦ୍ୱାର ବନ୍ଦ ରହିବ ।

Launching Ceremony of “AYUSHMAN BHARAT

Comments are closed.