ପାଞ୍ଚଦିନ ମଧ୍ୟରେ ରାଜ୍ୟରେ ତାତି ବଢ଼ିପାରେ, ୪ଟି ସ୍ଥାନରେ ୪୦ ଡିଗ୍ରୀ ସେଲ୍‌ସିଅସ୍‌ ତାପମାତ୍ରା

ଭୁବନେଶ୍ୱର : ମାର୍ଚ୍ଚ ୨୨: ଆଜି ରାଜ୍ୟର ୪ଟି ସ୍ଥାନରେ ୪୦ ଡିଗ୍ରୀ ସେଲ୍‌ସିଅସ୍‌ ତାପମାତ୍ରା ରେକର୍ଡ କରାଯାଇଛି । ସେହି ସ୍ଥାନଗୁଡ଼ିକ ହେଲା-ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୦.୨ ଡିଗ୍ରୀ ଓ ବଲାଙ୍ଗୀର, ଟିଟିଲାଗଡ଼ ଓ ବୌଦ୍ଧରେ ୪୦ ଡିଗ୍ରୀ ସେଲ୍‌ସିଅସ୍‌ ତାପମାତ୍ରା ରହିଛି ।

ସେହିପରି ବାରିପଦାରେ ୩୯ ଡିଗ୍ରୀ, ସମ୍ବଲପୁରରେ ୩୮. ୯, ହୀରାଦୁଦରେ ୩୮. ୩, ଭଦ୍ରକରେ ୩୮. ୨ ଡିଗ୍ରୀ ସେଲ୍‌ସିଅସ୍‌ ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନର ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ଡିଗ୍ରୀ ଏବଂ ଉପକୂଳ ଓଡ଼ିଶାରେ ୨ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିପାରେ ।

ଅନ୍ୟପକ୍ଷରେ, ଆଗାମୀ ପାଞ୍ଚ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ବଢ଼ିପାରେ ବୋଲି ରାଜ୍ୟ ପାଣିପାଗ ପକ୍ଷରୁ ସୂଚନା ମିଳିଛି ।

ସେପଟେ, ବଙ୍ଗୋପସାଗରର ପୂର୍ବକେନ୍ଦ୍ରାଞ୍ଚଳ, ଉତ୍ତର-ପୂର୍ବରେ ପ୍ର୍ରାୟ ୧୭୦ କିଲୋମିଟର ଏବଂ ୟାଙ୍ଗୋନ୍‌ (ମିଆଁମାର)ର ୩୯୦ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ଏକ ଭଗୀର ଅବପାତ ସୃଷ୍ଟି ହୋଇଛି । ଅପରାହ୍ନ ସମୟରେ ଏହି ଅବପାତ ମିଆଁମାର ଉପକୂଳ ଦେଇ ଗତି କରିବ । ଏହାର ପ୍ରଭାବରେ ଓଡ଼ିଶାର କିଛି ଜିଲ୍ଲାରେ କାଳବେଶାଖୀ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

Comments are closed.