ଦିଲ୍ଲୀ: ସେପ୍ଟେମ୍ବର ୨୭ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬, ୦୪୧ ରହିଛି । ଆଜିର ନୂଆ ଚିହ୍ନଟଙ୍କୁ ମିଶାଇ ଏବେ ଦେଶରେ ମୋଟ୍ ୩କୋଟି ୩୬ ଲକ୍ଷ ୭୮ ହଜାର ୭୮୬ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ସେହିପରି ୨୪ ଘଣ୍ଟା ମଧ୍ୟରେ ୨୯, ୬୨୧ ଜଣ ସୁସ୍ଥ ହୋଇଛନ୍ତି । ତେବେ କେରଳରେ ସର୍ବାଧିକ ୧୬ ହଜାର ଜଣ ଆଜି ଚିହ୍ନଟ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ସର୍ବାଧିକ ୯୭.୭୮ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୨୯ ଲକ୍ଷ ୩୧ ହଜାର ୯୭୨ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ୯୯ ହଜାର ୬୨୦ ରହିଛି ।
ଅନ୍ୟପକ୍ଷେ, ଗତ ୨୪ ଘଣ୍ଟାରେ ୨୭୬ ଜଣଙ୍କର କରୋନାରୁ ମୃତୁ୍ୟ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଦେଶରେ କରୋନାରେ ୪ ଲକ୍ଷ ୪୭ ହଜାର ୧୯୪ ଲକ୍ଷରୁ ଅଧିକ ରୋଗୀଙ୍କର ମୃତୁ୍ୟ ହୋଇସାରିଲାଣି ।
ଦେଶରେ ସାପ୍ତାହିକ ସଂକ୍ରମଣ ହାର ୧.୯୪ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୨.୨୪ ପ୍ରତିଶତ ରହିଛି । ଦେଶରେ ଏପର୍ଯ୍ୟନ୍ତ ୮୬. ୦୧ କୋଟିରୁ ଅଧିକ କରୋନା ଟୀକା ନେଇ ସାରିଲେଣି ।
Comments are closed.