୨୪ ଘଣ୍ଟାରେ ଦେଶରେ ୧୨, ୭୨୯ କରୋନା ସଂକ୍ରମିତ ଓ ୧୨, ୧୬୫ ସୁସ୍ଥ

ଦିଲ୍ଲୀ: ନଭେମ୍ବର ୦୫: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨, ୭୨୯ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୧୨, ୧୬୫ ଜଣ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୩୭ ଲକ୍ଷ ୨୪ ହଜାର ୯୫୯ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୪୮ ହଜାର ୯୨୨ ରହିଛି ।

ଅନ୍ୟପକ୍ଷେ, ଗତ ୨୪ ଘଣ୍ଟାରେ ୨୨୧ ଜଣଙ୍କର କରୋନାରୁ ମୃତୁ୍ୟ ହୋଇଛି । ଏପର୍ଯ୍ୟନ୍ତ ଦେଶରେ ୪, ୫୯, ୮୭୩ କରୋନା ଜଣ ସଂକ୍ରମିତଙ୍କ ମୃତୁ୍ୟ ହୋଇସାରିଲାଣି ।

ଦେଶରେ ମୋଟ୍‌ ୧୦୭ କୋଟି ୭୦ ଲକ୍ଷ ୪୬ ହଜାର ୧୧୬ ଜଣ କରୋନା ଟିକା ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି । ତେବେ କେରଳରେ ଦେଶରେ ସର୍ବାଧିକ ୭ ହଜାର ୫୪୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କେରଳରେ ୧୩୬ ଜଣଙ୍କର ସର୍ବାଧିକ ମୃତୁ୍ୟ ହୋଇଛି ।

Govt

Comments are closed.