୨୪ ଘଣ୍ଟାରେ ରାଜ୍ୟରେ ୧୦, ୪୮୯ କରୋନା ସଂକ୍ରମିତ ଚିହ୍ନଟ, ମୃତୁ୍ୟ ସଂଖ୍ୟା ୩

ଭୁବନେଶ୍ୱର: ଜାନୁଆରୀ ୧୭ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୦, ୧୧୭ ସ୍ୱାବ ଟେଷ୍ଟ ମଧ୍ୟରୁ ୧୦,୪୮୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୯୮୨ ଜଣ ୧୮ ବର୍ଷ ବୟସରୁ କମ୍‌ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୬,୦୮୨ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୪, ୪୦୭ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୧ ଲକ୍ଷ ୪୪ ହଜାର ୪୦୧ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି ।

ସେହିପରି ୨୪ ଘଣ୍ଟାରେ ୪, ୪୫୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥତାଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୦ ଲକ୍ଷ ୬୦ ହଜାର ୦୬୭ ଜଣ ସୁସ୍ଥ ହୋଇସାରିଲେଣି । ସେହିପରି ଦେଶରେ କରୋନରେ ୩ ଜଣଙ୍କର ମୃତୁ୍ୟ ହୋଇଛି । ଏହାକୁ ମିଶାଇ ଏବେ ରାଜ୍ୟରେ କରୋନାରେ ୮ ହଜାର ୪୮୪ ଜଣଙ୍କର ମୃତୁ୍ୟ ହୋଇସାରିଲାଣି । ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭୫ ହଜାର ୭୯୭ ରହିଛି ।

ଅନ୍ୟପକ୍ଷରେ, ରାଜ୍ୟରେ ଏପର୍ଯ୍ୟନ୍ତ ୨୦୧ ଜଣ ଓମିକ୍ରନରେ ସଂକ୍ରମିତ ହୋଇସାରିଲେଣି । ଏମାନଙ୍କ ମଧ୍ୟରୁ ୮ ଜଣ ସୁସ୍ଥ ହୋଇସାରିଛନ୍ତି ।

Comments are closed.