ରାଜ୍ୟରେ କମୁଛି କରୋନା ସଂକ୍ରମଣ: ୨୪ ଘଣ୍ଟାରେ ୪, ୮୪୨ ସଂକ୍ରମିତ ଏବଂ ୧୦ ହଜାରୁ ଅଧିକ ସୁସ୍ଥ

ଭୁବନେଶ୍ୱର: ଜାନୁଆରୀ ୨୯ : ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗୁଛି । ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୫ ପାଖାପାଖି ଥିଲା ବେଳେ ଆଜି ୪ ହଜାର ରହିଛି । ଯାହା ଏକ ଆଶ୍ୱସ୍ତିକର କଥା । ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪ ହଜାର ୮୪୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୬୭୧ ଜଣ ୧୮ ବର୍ଷ ବୟସରୁ କମ୍‌ ବର୍ଗର ରହିଛନ୍ତି । ଆଜିର ନୂଆ ସଂକ୍ରମଣଙ୍କ ମଧ୍ୟରୁ ୨, ୮୦୯ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୨, ୦୩୩ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୨ ଲକ୍ଷ ୪୧ ହଜାର ୦୬୮ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି ।

ସେହିପରି ୨୪ ଘଣ୍ଟାରେ ୧୦ ହଜାର ୫୧୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥତାଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୧ ଲକ୍ଷ ୭୩ ହଜାର ୯୦୭ ଜଣ ସୁସ୍ଥ ହୋଇସାରିଲେଣି । ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୮ ହଜାର ୫୩୩ ରହିଛି ।

Launching Ceremony of “AYUSHMAN BHARAT

Comments are closed.