ଭୁବନେଶ୍ୱର: ଜାନୁଆରୀ ୨୨ : ଗତକାଲି ଅପେକ୍ଷା ଆଜି ରାଜ୍ୟରେ କରୋନା ସଂକ୍ରମିତିଙ୍କ ସଂଖ୍ୟା କମ୍ ରହିଛି । ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୮, ୬୨୫ ସ୍ୱାବ ଟେଷ୍ଟ ମଧ୍ୟରୁ ୮, ୮୪୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୯୨୭ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଯାହା ଏକ ଆଶ୍ୱସ୍ତିକର କଥା । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୫, ୧୨୮ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୩, ୭୧୭ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୧ ଲକ୍ଷ ୯୬ ହଜାର ୧୪୦ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି ।
ସେହିପରି ୨୪ ଘଣ୍ଟାରେ ୧୦ ହଜାର ୩୯୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥତାଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୦ ଲକ୍ଷ ୯୯ ହଜାର ୪୨୩ ଜଣ ସୁସ୍ଥ ହୋଇସାରିଲେଣି । ସେହିପରି ଦେଶରେ କରୋନରେ ୭ ଜଣଙ୍କର ମୃତୁ୍ୟ ହୋଇଛି । ଏହାକୁ ମିଶାଇ ଏବେ ରାଜ୍ୟରେ କରୋନାରେ ୮ ହଜାର ୫୧୪ ଜଣଙ୍କର ମୃତୁ୍ୟ ହୋଇସାରିଲାଣି । ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮୮ ହଜାର ୧୫୦ ରହିଛି ।

Comments are closed.