୨୪ ଘଣ୍ଟାରେ ରାଜ୍ୟରେ ୧୦,୩୬୮ କରୋନା ସଂକ୍ରମିତ ଚିହ୍ନଟ, ମୃତୁ୍ୟ ସଂଖ୍ୟା ୭

ଭୁବନେଶ୍ୱର: ଜାନୁଆରୀ ୨୦ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୪, ୨୩୪ ସ୍ୱାବ ଟେଷ୍ଟ ମଧ୍ୟରୁ ୧୦, ୩୬୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧, ୦୯୦ ଜଣ ୧୮ ବର୍ଷ ବୟସରୁ କମ୍‌ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୬, ୦୧୫ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୪, ୩୫୩ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୧ ଲକ୍ଷ ୭୭ ହଜାର ୪୬୨ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି ।

ସେହିପରି ୨୪ ଘଣ୍ଟାରେ ୬, ୭୮୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥତାଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୦ ଲକ୍ଷ ୮୦ ହଜାର ୫୬୨ ଜଣ ସୁସ୍ଥ ହୋଇସାରିଲେଣି । ସେହିପରି ଦେଶରେ କରୋନରେ ୭ ଜଣଙ୍କର ମୃତୁ୍ୟ ହୋଇଛି । ଏହାକୁ ମିଶାଇ ଏବେ ରାଜ୍ୟରେ କରୋନାରେ ୮ ହଜାର ୫୦୧ ଜଣଙ୍କର ମୃତୁ୍ୟ ହୋଇସାରିଲାଣି । ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮୮ ହଜାର ୩୪୬ ରହିଛି ।

Comments are closed.