ପୁଣି ଡ଼ରାଇଲାଣି କରୋନା: ୨୪ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ପାର

ଭୁବନେଶ୍ୱର: ଜାନୁଆରୀ ୦୮ : ଧୀରେ ଧୀରେ କରୋନା ରାଜ୍ୟରେ ପୁଣି ବଢ଼ିବାକୁ ଲାଗିଲାଣି । ଏନେଇ ରାଜ୍ୟ ସରକାର ଆଜି ଏକ ବୈଠକ ଡକାଇଛନ୍ତି । ଅନ୍ୟପକ୍ଷରେ, ବିଏମ୍‌ସି ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତ ଭାବେ ଲୋକାମାନଙ୍କ ଏନେଇ ସତର୍କ କରାଯାଉଛି ।

୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩ ହଜାର ୬୭୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୩୮୪ ଜଣ ୧୮ ବର୍ଷ ବୟସରୁ କମ୍‌ ବର୍ଗର ରହିଛନ୍ତି । ଖୋର୍ଦ୍ଧରେ ସର୍ବାଧିକ ୧, ୨୨୩ ଜଣ ଚିହ୍ନଟ ହୋଇଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୨, ୧୪୮ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧,୫୩୧ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୬୬ ହଜାର ୧୫୫ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି ।

ସେହିପରି ୨୪ ଘଣ୍ଟାରେ ୨୫୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥତାଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୦ ଲକ୍ଷ ୪୫ ହଜାର ୯୭୧ ଜଣ ସୁସ୍ଥ ହୋଇସାରିଲେଣି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧,୧୬୬୩ ରହିଛି ।

ଟୁଇନ୍‌ ସିଟିରେ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । କଟକର କିଛି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିଲା ବେଳେ ଆଜି ବିଏମ୍‌ସି ଭୁବନେଶ୍ୱରର ୧୧ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍‌ କରିଛି । ଏହାକୁ ମିଶାଇ ରାଜଧାନୀ ଭୁବନେଶ୍ୱରର ୨୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍‌ କରାଯାଇଛି । ରାଜ୍ୟ ସରକାର ସତର୍କ ରହିବାକୁ କହିଛନ୍ତି । ସର୍ବସାଧାରଣ ସ୍ଥାନରେ ମାସ୍କ ପରିଧାନ ଏବଂ ଦୁଇ ମିଟର ଦୂରତା ବଜାୟ ରଖିବାକୁ ସକର୍ତ କରାଯାଉଛି ।

Comments are closed.