୨୪ ଘଣ୍ଟାରେ ରାଜ୍ୟରେ ୪୨୪ କରୋନା ସଂକ୍ରମିତ ଚିହ୍ନଟ ଏବଂ ୧୪୭ ସୁସ୍ଥ

ଭୁବନେଶ୍ୱର: ଜାନୁଆରୀ ୦୩ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୪, ୭୯୩ ସ୍ୱାବ ଟେଷ୍ଟ ମଧ୍ୟରୁ ୪୨୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୪୭ ଜଣ ୧୮ ବର୍ଷ ବୟସରୁ କମ୍‌ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୨୪୬ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୭୮ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୫୫ ହଜାର ୯୮୦ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି ।

ସେହିପରି ୨୪ ଘଣ୍ଟାରେ ୧୪୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥତାଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୦ ଲକ୍ଷ ୪୫ ହଜାର ୧୦୯ ଜଣ ସୁସ୍ଥ ହୋଇସାରିଲେଣି । ୨୪ ଘଣ୍ଟାରେ ରାଜ୍ୟରେ କୌଣସି ସଂକ୍ରମିତଙ୍କର ମୃତୁ୍ୟ ହୋଇନି, ଯାହା ଏକ ଆଶ୍ୱସ୍ତିକର କଥା । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨, ୩୫୫ ରହିଛି ।

Comments are closed.