୨୪ ଘଣ୍ଟାରେ ରାଜ୍ୟରେ ୫୮୨ କରୋନା ସଂକ୍ରମିତ ଏବଂ ୭ ମୃତ

ଭୁବନେଶ୍ୱର: ଅକ୍‌ଟୋବର ୦୭ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୬, ୭୧୭ ସ୍ୱାବ ଟେଷ୍ଟ ମଧ୍ୟରୁ ୫୮୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୮୩ ଜଣ ୧୮ ବର୍ଷ ବୟସରୁ କମ୍‌ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୩୩୭ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୨୪୫ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୨୯ ହଜାର ୯୯୪ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି ।
ସେହିପରି ୨୪ ଘଣ୍ଟାରେ ୪୨୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥତାଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୦ ଲକ୍ଷ ୧୬ ହଜାର ୫୯୪ ଜଣ ସୁସ୍ଥ ହୋଇସାରିଲେଣି ।

୨୪ ଘଣ୍ଟାରେ ରାଜ୍ୟରେ ୭ ଜଣଙ୍କର କରୋନାରେ ମୃତୁ୍ୟ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଏବେ ରାଜ୍ୟରେ ୮,୨୩୪ ଜଣଙ୍କର କରୋନାରେ ମୃତୁ୍ୟ ହୋଇସାରିଲାଣି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫,୧୧୩ ରହିଛି ।

 

 

 

Govt

Comments are closed.