ଦେଶରେ କମୁଛି କରୋନା ସଂକ୍ରମଣ: ୨୪ ଘଣ୍ଟାରେ ୧୬ ହଜାର ୫୧ ଜଣ ସଂକ୍ରମିତ ଏବଂ ୩୭, ୯୦୧ ସୁସ୍ଥ

ଦିଲ୍ଲୀ: ଫେବୃଆରୀ ୨୧ :ଦେଶରେ କରୋନା ସଂକ୍ରମଣ କମିବାରେ ଲାଗୁଛି । ଯାହା ଏକ ଆଶ୍ୱସ୍ତିକର କଥା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬ ହଜାର ୫୧ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୩୭ ହଜାର ୯୦୧ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୮. ୩୩ ପ୍ରତିଶତ ରହିଛି ।

ଏପର୍ଯ୍ୟନ୍ତ ଦେଶରେ ମୋଟ ୪ କୋଟି ୨୧ ଲକ୍ଷ ୨୪ ହଜାର ୨୮୪ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ସେହିପରି ୨୪ ଘଣ୍ଟାରେ ୨୦୬ ଜଣଙ୍କର ମୃତୁ୍ୟ ହୋଇଛି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ୦୨ ହଜାର ୧୩୧ ରହିଛି ।

ଦେଶରେ ଦୈନିକ ସଂକ୍ରମଣ ହାର ୧. ୯୩ ପ୍ରତିଶତ ରହିଥିଲାବେଳେ ସାପ୍ତାହିକ ସଂକ୍ରମଣ ହାର ୨. ୧୨ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୧୭୫. ୪୬ କୋଟି ଲୋକ କରୋନା ଟିକା ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି ।

Launching Ceremony of “AYUSHMAN BHARAT

Comments are closed.