୨୪ ଘଣ୍ଟାରେ ଦେଶରେ ୨୨,୨୭୦ କରୋନା ସଂକ୍ରମିତ ଚିହ୍ନଟ ଏବଂ ୩୨୫ ମୃତ

ଦିଲ୍ଲୀ: ଫେବୃଆରୀ ୧୯ :ଦେଶରେ କରୋନା ସଂକ୍ରମଣ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨ ହଜାର ୨୭୦ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୬୦ ହଜାର ୨୯୮ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୮. ୨୧ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୪ କୋଟି ୨୦ ଲକ୍ଷ ୩୭ ହଜାର ୫୩୬ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି ।

ସେହିପରି ୨୪ ଘଣ୍ଟାରେ ୩୨୫ ଜଣଙ୍କର ମୃତୁ୍ୟ ହୋଇଛି । ଏମାନଙ୍କୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ କରୋନାରେ ୫ ଲକ୍ଷ ୧୧ ହଜାର ୨୩୦ ଜଣ ମୃତୁ୍ୟବରଣ କରିସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ୫୩ ହଜାର ୭୩୯ ରହିଛି ।

ଦେଶରେ ଦୈନିକ ସଂକ୍ରମଣ ହାର ୧. ୮୦ ପ୍ରତିଶତ ରହିଥିଲାବେଳେ ସାପ୍ତାହିକ ସଂକ୍ରମଣ ହାର ୨. ୫୦ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୧୭୫. ୦୩କୋଟି ଲୋକ କରୋନା ଟିକା ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି ।

Govt

Comments are closed.