ଦିଲ୍ଲୀ: ଫେବୃଆରୀ ୦୪ : କିଛି ଦିନ ହେବ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସ୍ଥିର ଥିଲା ବେଳେ ମୃତୁ୍ୟ ସଂଖ୍ୟା ବଢ଼ୁଛି । ଯାହା ଏକ ଚିନ୍ତାର ବିଷୟ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୪୯ ହଜାର ୩୯୪ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୪୬ ହଜାର ୬୭୪ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୫. ୩୯ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୪ କୋଟି ୧୭ ହଜାର ୦୮୮ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧୪ ଲକ୍ଷ ୩୫ ହଜାର ୫୬୯ ରହିଛି ।
ଦେଶରେ ସାପ୍ତାହିକ ସଂକ୍ରମଣ ହାର ୧୨. ୦୩ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୯ .୨୭ ପ୍ରତିଶତ ରହିଛି । ସେହିପରି ଦେଶରେ ୨୪ ଘଣ୍ଟାରେ ୧, ୦୭୨ ଜଣ ପ୍ରାଣ ହରାଛନ୍ତି । ଏମାନଙ୍କୁ ମିଶାଇ ଏବେ ଦେଶରେ ୫, ୦୦, ୦୫୫ ଜଣ କରୋନାରେ ମୃତୁ୍ୟବରଣ କରିସାରିଲେଣି । ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୧୬୮. ୪୭ କୋଟି ଲୋକ କରୋନା ଟିକା ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି ।
Comments are closed.