ଦିଲ୍ଲୀ: ଫେବୃଆରୀ ୧ : ଦିନକୁ ଦିନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗୁଛି ହେଲ ମୃତୁ୍ୟ ସଂଖ୍ୟା ବଢ଼ୁଛି । ଯାହା ଏକ ଚିନ୍ତାର ବିଷୟ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୬୭ ହଜାର ୦୫୯ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୫୪ ହଜାର ୦୭୬ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୪. ୬୦ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୯୨ ଲକ୍ଷ ୩୦ ହଜାର ୧୯୮ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି ।
ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧୭ ଲକ୍ଷ ୪୩ ହଜାର ୦୫୯ ରହିଛି ।
ଦେଶରେ ସାପ୍ତାହିକ ସଂକ୍ରମଣ ହାର ୧୫. ୨୫ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୧୧. ୬୯ ପ୍ରତିଶତ ରହିଛି । ସେହିପରି ଦେଶରେ ୨୪ ଘଣ୍ଟାରେ ୧, ୧୯୨ ଜଣ ପ୍ରାଣ ହରାଛନ୍ତି । ଗତକାଲି ମୃତକ ସଂଖ୍ୟା ୯୫୯ ରହିଥିଲା । ଏମାନଙ୍କୁ ମିଶାଇ ଏବେ ଦେଶରେ ୪ ଲକ୍ଷ ୯୬ ହଜାର ୨୪୨ ଜଣ କରୋନାରେ ମୃତୁ୍ୟବରଣ କରିସାରିଲେଣି ।
ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୧୬୬. ୬୮ କୋଟି ଲୋକ କରୋନା ଟିକା ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି ।
Comments are closed.