କରୋନା ସଂକ୍ରମଣକୁ ନେଇ ଚିନ୍ତାରେ ଦେଶ: ୨୪ ଘଣ୍ଟାରେ ଲକ୍ଷେ ୭୦ ହଜାର ଉପରକୁ ଆକ୍ରାନ୍ତ

ଦିଲ୍ଲୀ: ଜାନୁଆରୀ ୧୦ : ଯେଉଁ ଭାବରେ ଦେଶରେ କରୋନା ସଂକ୍ରମଣ ବଢ଼ିଚାଲୁଛି, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟ ସେହିପରି ଚିନ୍ତା ବଢ଼ୁଛି । କେତେକ ରାଜ୍ୟରେ ଏନେଇ କଡ଼ାକଡ଼ି କଟକଣା ଲାଗିବା ସହିତ ନାଇଟ୍‌ କଫୁ୍ୟ ମଧ୍ୟ ଲାଗିଲଣି । ତଥାପି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୭୯ ହଜାର ୭୨୩ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୪୬, ୫୬୯ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ସୁସ୍ଥତା ହାର ୯୬.୬୨ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୪୫ ଲକ୍ଷ ୧୭୨ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୭ ଲକ୍ଷ ୨୩ ହଜାର ୬୧୯ ରହିଛି ଏବଂ ୧୪୬ ଜଣ ସଂକ୍ରମିତଙ୍କ ମୃତୁ୍ୟ ହୋଇଛି ।

ଦେଶରେ ସାପ୍ତାହିକ ସଂକ୍ରମଣ ହାର ୭. ୯୨ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୧୩. ୨୯ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୧୫୧ .୯୪ କୋଟି ଲୋକ କରୋନା ଟିକା ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି ।

ଅନ୍ୟପକ୍ଷରେ, ଦେଶରେ ୪, ୦୩୩ ଜଣ ଓମିକ୍ରନ୍‌ରେ ସଂକ୍ରମିତ ହୋଇସାରିଲେଣି । ଏମାନଙ୍କ ମଧ୍ୟରୁ ୧,୫୫୨ ଜଣ ସୁସ୍ଥ ହୋଇସାରିଛନ୍ତି ।

Launching Ceremony of “AYUSHMAN BHARAT

Comments are closed.