୨୪ ଘଣ୍ଟାରେ ଦେଶରେ ୧୧, ୧୦୬ କରୋନା ସଂକ୍ରମିତ ଓ ୪୫୯ ମୃତ

ଦିଲ୍ଲୀ: ନଭେମ୍ବର ୧୯: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧, ୧୦୬ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୧୨, ୭୮୯ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୮. ୨୮ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୩୮ ଲକ୍ଷ ୯୭ ହଜାର ୯୨୧ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୨୬ ହଜାର ୬୨୦ ରହିଛି । ୨୪ ଘଣ୍ଟାରେ ଦେଶରେ ୪୫୯ ଜଣ ସଂକ୍ରମିତଙ୍କ ମୃତୁ୍ୟ ହୋଇଥିଲା ବେଳେ ଏମାନଙ୍କୁ ମିଶାଇ ଏବେ ମୋଟ ୪ ଲକ୍ଷ ୬୫ ହଜାର ୮୨ ଜଣଙ୍କର ମୃତୁ୍ୟ ହୋଇସାରିଲାଣି ।

ଦେଶରେ ସାପ୍ତାହିକ ସଂକ୍ରମଣ ହାର ୦.୯୨ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୦.୯୮ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୧୧୫. ୨୩ କୋଟି ଲୋକ କରୋନା ଟିକା ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି ।

Launching Ceremony of “AYUSHMAN BHARAT

Comments are closed.