୨୪ ଘଣ୍ଟାରେ ଦେଶରେ ୧୧, ୯୦୩ କରୋନା ସଂକ୍ରମିତ ଓ ୧୪,୧୫୯ ସୁସ୍ଥ

ଦିଲ୍ଲୀ: ନଭେମ୍ବର ୦୩: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧, ୯୦୩ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୧୪, ୧୫୯ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୮. ୨୨ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୩୬ ଲକ୍ଷ ୯୭ ହଜାର ୭୪୦ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୫୧ ହଜାର ୨୦୯ ରହିଛି ।
ଅନ୍ୟପକ୍ଷେ, ଗତ ୨୪ ଘଣ୍ଟାରେ ୩୧୧ ଜଣଙ୍କର କରୋନାରୁ ମୃତୁ୍ୟ ହୋଇଛି । ଏପର୍ଯ୍ୟନ୍ତ ଦେଶରେ ୪, ୫୯, ୧୯୧ କରୋନା ଜଣ ସଂକ୍ରମିତଙ୍କ ମୃତୁ୍ୟ ହୋଇସାରିଲାଣି ।

ଦେଶରେ ସାପ୍ତାହିକ ସଂକ୍ରମଣ ହାର ୧.୧୧ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୧.୧୮ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୧୦୭. ୨୯ କୋଟି ଲୋକ କରୋନା ଟିକା ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି ।

ଧନ୍‌ୱନ୍ତରି ଦିବସ ସକାଶେ ୟୁନିଅନ ହେଲ୍‌୍‌ଥ ମିନିଷ୍ଟର ମନସୁଖ ମାଣ୍ଡଭିଆ ‘ହର ଘର ଦସ୍ତକ’ ନାମକ ଏକ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନ ଅନ୍ତର୍ଗତେ ଡାକ୍ତର ଓ କର୍ମଚାରୀମାନଙ୍କର ଏକ ଦଳ ଘର ଘର ବୁଲି କରୋନା ଟିକା ଲୋକଙ୍କୁ ଦେଉଛନ୍ତି । ଯେଉଁ ରାଜ୍ୟର ଲୋକ କମ୍‌ କରୋନା ଟିକା ନେଇଛନ୍ତି, ସେଠାରେ ଟିକା ପ୍ରଦାନ କରାଯାଛି ।

Launching Ceremony of “AYUSHMAN BHARAT

Comments are closed.