ଦିଲ୍ଲୀ: ନଭେମ୍ବର ୨: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦, ୪୨୩ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୧୫, ୦୨୧ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୮. ୨୧ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୩୬ ଲକ୍ଷ ୮୩ ହଜାର ୫୮୧ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୫୩ ହଜାର ୭୭୬ ରହିଛି ।
ଅନ୍ୟପକ୍ଷେ, ଗତ ୨୪ ଘଣ୍ଟାରେ ୪୪୩ ଜଣଙ୍କର କରୋନାରୁ ମୃତୁ୍ୟ ହୋଇଛି । ଏପର୍ଯ୍ୟନ୍ତ ଦେଶରେ ୪, ୫୮, ୮୮୦ କରୋନା ଜଣ ସଂକ୍ରମିତଙ୍କ ମୃତୁ୍ୟ ହୋଇସାରିଲାଣି ।
ଦେଶରେ ସାପ୍ତାହିକ ସଂକ୍ରମଣ ହାର ୧.୦୩ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୧.୧୬ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୧୦୬. ୮୫ କୋଟି ଲୋକ କରୋନା ଟିକା ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି ।
ଆଜି ଧନ୍ୱନ୍ତରି ଦିବସ ସକାଶେ ୟୁନିଅନ ହେଲ୍୍ଥ ମିନିଷ୍ଟର ମନସୁଖ ମାଣ୍ଡଭିଆ ‘ହର ଘର ଦସ୍ତକ’ ନାମକ ଏକ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନ ଅନ୍ତର୍ଗତେ ଡାକ୍ତର ଓ କର୍ମଚାରୀ ଦଳ ହୋଇ ଘର ଘର ବୁଲି କରୋନା ଟିକା ଲୋକଙ୍କୁ ଦେବେ । ଆକଳନ ହିସାବରେ ଯେଉଁ ରାଜ୍ୟ କିମ୍ବା ସ୍ଥାନରେ ଲୋକ କମ୍ କରୋନା ଟିକା ନେଇଛନ୍ତି, ସେହି ସ୍ଥାନମାନଙ୍କରେ ଏହି ଦଳ ବୁଲି ବୁଲି ଟିକା ପ୍ରଦାନ କରିବେ ।

Comments are closed.