ଦିଲ୍ଲୀ: ଜୁଲାଇ ୧୩ : ଦେଶବାସୀଙ୍କୁ ପୁଣି ଡରାଇଲାଣି କରୋନା । କିଛି ଦିନ ହେବ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାକୁ ଲାଗୁଛି । ଯାହା ଏକ ଚିନ୍ତାଜନକ କଥା । ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬ ହଜାର ୯୦୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛିନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୪ କୋଟି ୩୬ ଲକ୍ଷ ୬୯ ହଜାର ୮୫୦ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି ।
ସେହିପରି ଆଜିର ନୂଆ ସଂକ୍ରମିତଙ୍କୁ ମିଶାଇ ଏବେ ଦେଶରେ ଏକ ଲକ୍ଷ ୩୨ ହଜାର ୪୫୭ ଜଣ ସକ୍ରିୟ ରୋଗୀ ରହିଛନ୍ତି । ପଶ୍ଚିମବଙ୍ଗରେ ସର୍ବାଧିକ ୨, ୬୫୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ମହାରାଷ୍ଟ୍ରରେ ୨, ୪୩୫ ଜଣ ଓ ତାମିଲନାଡ଼ୁରେ ୨, ୨୮୦ ଜଣ ଚିହ୍ନଟ ହୋଇଛନ୍ତି ।
ଅନ୍ୟପକ୍ଷରେ, ଆଜି ୧୫ ହଜାର ୪୪୭ ଜଣ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ମୋଟ ୪ କୋଟି ୩୦ ଲକ୍ଷ ୧୧ ହଜାର ୮୭୪ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି ।
୨୪ ଘଣ୍ଟାରେ ୪୫ ଜଣ କରୋନା ରୋଗୀଙ୍କର ମୃତୁ୍ୟ ହୋଇଛି । ଏମାନଙ୍କୁ ମିଶାଇ ଏପର୍ଯ୍ୟ; ଦେଶରେ ୫ ଲକ୍ଷ ୨୫ ହଜାର ୫୧୯ ଜଣ କରୋନାରେ ପ୍ରାଣ ହରାଇ ସାରିଲେଣି ।

Comments are closed.