ସ୍ଥିର ରହିଛି ଦେଶର କରୋନା ସଂକ୍ରମଣ ଗ୍ରାଫ୍‌: ୨୪ ଘଣ୍ଟାରେ ୧୭ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ

ଦିଲ୍ଲୀ: ଜୁନ୍‌ ୨୭ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭ ହଜାର ୦୭୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୪ କୋଟି ୩୪ ଲକ୍ଷ ୦୭ ହଜାର ୦୪୬ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ମହାରାଷ୍ଟ୍ରରେ ସର୍ବାଧିକ ୬ , ୪୯୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ କେରଳରେ ୩, ୩୭୮ ଜଣ ଚିହ୍ନଟ ହୋଇଛନ୍ତି । ଆଜିର ନୂଆ ସଂକ୍ରମିତଙ୍କୁ ମିଶାଇ ଏବେ ଦେଶରେ ୯୪ ହଜାର ୪୨୦ ଜଣ ସକ୍ରିୟ ରୋଗୀ ରହିଛନ୍ତି ।

ଅନ୍ୟପକ୍ଷରେ, ଆଜି ୧୫ ହଜାର ୨୦୮ ଜଣ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ମୋଟ ୪ କୋଟି ୨୭ ଲକ୍ଷ ୮୭ ହଜାର ୬୦୬ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି ।

୨୪ ଘଣ୍ଟାରେ ୨୧ ଜଣ କରୋନା ରୋଗୀଙ୍କର ମୃତୁ୍ୟ ହୋଇଛି । ଏମାନଙ୍କୁ ମିଶାଇ ଏପର୍ଯ୍ୟ; ଦେଶରେ ୫ ଲକ୍ଷ ୨୫ ହଜାର ୦୨୦ ଜଣ କରୋନାରେ ପ୍ରାଣ ହରାଇ ସାରିଲେଣି ।

Comments are closed.