୨୪ ଘଣ୍ଟାରେ ଦେଶରେ ୨, ୭୧୦ କରୋନା ସଂକ୍ରମିତ ଚିହ୍ନଟ ଓ ୧୪ ମୃତ

ଦିଲ୍ଲୀ: ମେ ୨୭ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ୭୧୦ ରହିଛି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୪ କୋଟି ୩୧ ଲକ୍ଷ ୪୭ ହଜାର ୫୩୦ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ଆଜିର ନୂଆ କରୋନା ସଂକ୍ରମିତଙ୍କୁ ମିଶାଇ ଏବେ ଦେଶରେ ୧୫ ହଜାର ୮୧୪ ଜଣ ସକ୍ରିୟ ରୋଗୀ ରହିଛନ୍ତି ।

ସେହିପରି ଆଜି ୨, ୨୯୬ ଜଣ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ମୋଟ ୪ କୋଟି ୨୬ ଲକ୍ଷ ୦୭ ହଜାର ୧୭୭ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି ।

୨୪ ଘଣ୍ଟାରେ ୧୪ ଜଣ କରୋନା ରୋଗୀଙ୍କର ମୃତୁ୍ୟ ହୋଇଛି । ଏମାନଙ୍କୁ ମିଶାଇ ଏପର୍ଯ୍ୟ; ଦେଶରେ ୫ ଲକ୍ଷ ୨୪ ହଜାର ୫୩୯ ଜଣ କରୋନାରେ ପ୍ରାଣ ହରାଇ ସାରିଲେଣି ।

Comments are closed.