ଦିଲ୍ଲୀ: ଏପ୍ରିଲ ୧୨ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୯୬ ରହିଛି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୪ କୋଟି ୩୦ ଲକ୍ଷ ୩୬ ହଜାର ୯୨୮ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ସେହିପରି ଆଜି ୯୪୬ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୮. ୭୬ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୪ କୋଟି ୨୫ ଲକ୍ଷ ୦୪ ହଜାର ୩୨୯ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି ।
୨୪ ଘଣ୍ଟାରେ ଦେଶରେ ୧୯ ଜଣଙ୍କର କରୋନାରେ ମୃତୁ୍ୟ ହୋଇଛି । ଏମାନଙ୍କୁ ମିଶାଇ ଏପର୍ଯ୍ୟ; ଦେଶରେ ୫ ଲକ୍ଷ ୨୧ ହଜାର ୭୧୦ ଜଣ କରୋନାରେ ପ୍ରାଣ ହରାଇ ସାରିଲେଣି ।
ଦେଶରେ ଦୈନିକ ସଂକ୍ରମଣ ହାର ୦. ୨୦ ପ୍ରତିଶତ ରହିଥିଲା ବେଳେ ସାପ୍ତାହିକ ସଂକ୍ରମଣ ହାର ୦.୨୪ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୧୮୫. ୯୦ କୋଟି ଲୋକ କରୋନା ଟିକା ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି ।

Comments are closed.