୨୪ ଘଣ୍ଟାରେ ଦେଶରେ ୧, ୭୭୮ କରୋନାରେ ସଂକ୍ରମିତ ଓ ୨ ହଜାରରୁ ଅଧିକ ସୁସ୍ଥ

ଦିଲ୍ଲୀ: ମାର୍ଚ୍ଚ ୨୩ : କିଛି ଦିନ ହେବ ଦେଶରେ କରୋନା ସଂକ୍ରମଣ କମିବାରେ ଲାଗୁଛି । ଯାହା ଏକ ଆଶ୍ୱସ୍ତିକର କଥା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ୭୭୮ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୨ ହଜାର ୫୪୨ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୮. ୭୫ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୪ କୋଟି ୨୪ ଲକ୍ଷ ୭୩ ହଜାର ୦୫୭ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି ।

ସେହିପରି ୨୪ ଘଣ୍ଟାରେ କରୋନାରେ ୬୨ ଜଣଙ୍କର ମୃତୁ୍ୟ ହୋଇଥିବା ସୂଚନା ରହିଛି । ଏମାନଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୫ ଲକ୍ଷ ୧୬ ହଜାର ୬୦୫ ଜଣ କରୋନାରେ ମୃତୁ୍ୟବରଣ କରିସାରିଲେଣି ।

ଦେଶରେ ଦୈନିକ ସଂକ୍ରମଣ ହାର ୦. ୨୬ ପ୍ରତିଶତ ରହିଥିଲା ବେଳେ ସାପ୍ତାହିକ ସଂକ୍ରମଣ ହାର ୦.୩୬ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୧୮୧. ୮୯ କୋଟି ଲୋକ କରୋନା ଟିକା ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି ।

Comments are closed.