ଦିଲ୍ଲୀ: ମାର୍ଚ୍ଚ ୨୨ : କିଛି ଦିନ ହେବ ଦେଶରେ କରୋନା ସଂକ୍ରମଣ କମିବାରେ ଲାଗୁଛି ଓ ପ୍ରାୟ ଏକ ହଜାର ଜଣ ନୂତନ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯାହା ଏକ ଆଶ୍ୱସ୍ତିକର କଥା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ୫୮୧ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୨ ହଜାର ୭୪୧ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୮. ୭୪ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୪ କୋଟି ୨୪ ଲକ୍ଷ ୭୦ ହଜାର ୫୧୫ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି ।
ସେହିପରି ୨୪ ଘଣ୍ଟାରେ କରୋନାରେ ୩୩ ଜଣଙ୍କର ମୃତୁ୍ୟ ହୋଇଥିବା ସୂଚନା ରହିଛି । ଏମାନଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୫ ଲକ୍ଷ ୧୬ ହଜାର ୫୪୩ ଜଣ କରୋନାରେ ମୃତୁ୍ୟବରଣ କରିସାରିଲେଣି ।
ଦେଶରେ ଦୈନିକ ସଂକ୍ରମଣ ହାର ୦. ୨୮ ପ୍ରତିଶତ ରହିଥିଲା ବେଳେ ସାପ୍ତାହିକ ସଂକ୍ରମଣ ହାର ୦.୩୯ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୧୮୧. ୫୬ କୋଟି ଲୋକ କରୋନା ଟିକା ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି ।
Comments are closed.