ଭୁବନେଶ୍ୱର: ଆଜି ବିଶ୍ୱ ପୋଲିଓ ଦିବସ । ଏନେଇ ଏକ୍ସରେ ପୋଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଭାରତକୁ ପୋଲିଓ ମୁକ୍ତ କରିବାରେ ଆମର ସାମୂହିକ ସଫଳତାକୁ ସ୍ମରଣ କରିବା ସହ ଏହା ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା । ପ୍ରତ୍ୟେକ ଶିଶୁକୁ ଟୀକାକରଣ ଦ୍ୱାରା ସୁରକ୍ଷିତ କରିବା କଥା ଏକ ପୋଲିଓମୁକ୍ତ ବିଶ୍ୱ ଗଠନ ଦିଗରେ ନିଜର ବହୁମୂଲ୍ୟ ଯୋଗଦାନ ଦେବା ପାଇଁ ମୁଁ ସମସ୍ତଙ୍କୁ ଆହ୍ୱାନ କରୁଛି ।
