ଝାରସୁଗୁଡା : ଆଉ ଦିନକ ପରେ ହେବ ଝାରସୁଗୁଡ଼ା ଉପନିର୍ବାଚନ I ମାରାଥନ ପ୍ରଚାରରେ କମ୍ପୁଛି ମୈଦାନ I ସବୁ ରାଜନୈତିକ ଦଳ ପକ୍ଷରୁ ଜନସମର୍ଥନ ହାତେଇବା ପାଇଁ ଜୋରଦାର କସରତ କରୁଥିବାବେଳେ ଆଜି ହେଉଛି ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ। ପ୍ରମୁଖ ୩ ଦଳର ପ୍ରାର୍ଥୀ ମାନେ ଭୋଟରଙ୍କ ମନ ଜିଣିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଏମାନଙ୍କ ମଧ୍ୟରୁ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ସହିତ ବିଜେପି ପ୍ରାର୍ଥୀ ଟ ଙ୍କଧର ତ୍ରିପାଠୀ ଙ୍କ ମଧ୍ୟରେ ଲଢେଇ ଜୋରଦାର ହେବ ବୋଲି ଜଣା ପଡୁ଼ଛି I ସେହିପରି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ମଧ୍ୟ ସିମ୍ପାଥି ଭୋଟ ପାଇ ଖେଳ ବିଗାଡି ପାରନ୍ତି ବୋଲି ଆଶଙ୍କା ରହିଛି I
ଗତକାଲି ଝାରସୁଗୁଡ଼ା ଅମିଲିପାଲି ପଡ଼ିଆରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବିରାଟ ଜନସଭା କରିଥିଲେ। ଝାରସୁଗୁଡ଼ାବାସୀଙ୍କୁ ସମ୍ବୋଧନ କରିବା ସହ ବିରୋଧୀଙ୍କୁ ମହିଳାଙ୍କୁ ସମ୍ମାନ ଦେବାପାଇଁ ପାଠ ପଢ଼ାଇଛନ୍ତି ନବୀନ। ନବ କିଶୋର ଦାସଙ୍କ ଦେହାନ୍ତ ପରେ ତାଙ୍କ ଝିଅ ଦୀପାଳି ଦାସ ଆପଣଙ୍କ ସେବା ପାଇଁ ଆଗେଇ ଆସିଛନ୍ତି। ସେ ଜଣେ ଉଚ୍ଚ ଶିକ୍ଷିତା। ତାଙ୍କୁ ସୁଯୋଗ ମିଳିଲେ ଆପଣଙ୍କ ପାଇଁ କାମ କରିବେ।
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିରାଟ ରୋଡ୍ ଶୋ କରି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପାଇଁ ଭୋଟ୍ ମାଗିଥିବା ବେଳେ କୋଲାବିରା ନିର୍ବାଚନୀ ସଭାରେ ଶାସକ ଦଳକୁ ଜୋରଦାର ଟାର୍ଗେଟ୍ କରିଥିଲେ।
ସୂଚନାନୁସାରେ,ଆସନ୍ତା ୧୦ ତାରିଖରେ ଝାରୁସୁଗୁଡାରେ ମତଦାନ ହେବ। ୧୩ ତାରିଖରେ ବାହାରିବ ଫଳାଫଳ।

Comments are closed.