ଆଜି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୬ ତମ ତିରୋଧାନ ଦିବସ

ଭୁବନେଶ୍ୱର : ଆଜି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୬ ତମ ତିରୋଧାନ ଦିବସ I ଓଡ଼ିଆ ସ୍ୱାଭିମାନ ଓ ସଂକଳ୍ପର କିମ୍ବଦନ୍ତୀ ପୁରୁଷ ଥିଲେ ବିଜୟାନନ୍ଦ ପଟ୍ଟନାୟକ I ସେ ୧୯୧୬ ମାର୍ଚ୍ଚ ୫ ତାରିଖରେ କଟକ ଠାରେ ଜନ୍ମ ଗ୍ରହଣ କରିଥିଲେ I ତାଙ୍କ ବାପାଙ୍କ ନାଁ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଓ ମାତାଙ୍କ ନାଁ ଥିଲା ଆଶାଲତା ଦେବୀ I ତାଙ୍କର ପୈତୃକ ଗ୍ରାମ ଥିଲା ଗଞ୍ଜାମ ଜିଲ୍ଲାର ଜି-ନୂଆ ଗାଁ। ସ୍କୁଲ ଶିକ୍ଷା ସାରି ସେ ରେଭେନ୍ସା କଲେଜରେ ନାମ ଲେଖାଇଥିଲେ। ପାଇଲଟ୍‌ ହେବାର ଇଚ୍ଛା ଥିବାରୁ ସେ ବିମାନ ଚାଳନାରେ ତାଲିମ୍‌ ନେଲେ।

ବିଜୁବାବୁ ସେ ୧୯୩୨ମସିହାରେ କଟକ ଠାରୁ ପେଶୱାର ପର୍ଯ୍ୟନ୍ତ ‘ଭିଜିଟ୍ ଇଣ୍ଡିଆ ମିଶନ୍’ରେ ମାନବିକତାର ବାର୍ତ୍ତା ପ୍ରଚାର କରିବା ପାଇଁ ସାଇକେଲ ଯାତ୍ରା ଆରମ୍ଭ କରିଥିଲେ । ଏହି ସମୟରେ ସେ ପ୍ରାୟ ୪୫୦୦ ମାଇଲ ଦୂର ସାଇକେଲରେ ଅତିକ୍ରମ କରି ପେଶୱାରରେ ପହଁଚି ଥିଲେ I

ସେ ରେଭେନ୍ସା କଲେଜ ଛାଡି ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭରେ ବ୍ରିଟିଶ ସାମ୍ରାଜ୍ୟର ରୟାଲ ଏୟାର ଫୋର୍ସରେ ଟ୍ରେନିଂ ପାଇଲଟ୍ ଭାବରେ ଯୋଗ ଦେଇଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେ ଜାପାନୀମାନଙ୍କ ଦ୍ୱାରା ବନ୍ଦୀ ହୋଇଥିବା ଅନେକ ବ୍ରିଟିଶ ପରିବାରକୁ ଉଦ୍ଧାର କରିଥିଲେ। ଏଠି ପାଇଁ ସେ ସେତେବେଳେ ବ୍ରିଟିଶ ସରକାର ଦ୍ୱାରା ସମ୍ମାନିତ ହୋଇଥିଲେ I

ଭାରତ ସ୍ୱାଧୀନ ପୂର୍ବରୁ ବିଜୁ ବାବୁ ଜଣେ ଦୁର୍ଦ୍ଧଶ ପାଇଲଟ ଭାବରେ ବେଶ ସୁନାମ ଅର୍ଜ୍ଜନ କରି ସାରିଥିଲେ I୧୯୪୮ ମସିହାରେ ନେହେରୁଙ୍କର ପରାମର୍ଶ କ୍ରମେ ବିଜୁ ପଟ୍ଟନାୟକ ଇଣ୍ଡୋନେସିଆର ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ସୁଲତାନ ସାହରିର, ସୁକର୍ଣ୍ଣୋ ଓ ଅନ୍ୟମାନଙ୍କୁ ଡଚ ମାନଙ୍କ କବଳରୁ ଉଦ୍ଧାର କରି ନେଇ ସିଙ୍ଗାପୁର ଦେଇ ସୁରକ୍ଷିତ ଭାବେ ଜୁଲାଇ ୨୪ , ୧୯୪୭ ରେ ନୂଆଦିଲ୍ଲୀ ପହଞ୍ଚିଥିଲେ । ତାଙ୍କର ଏହି ଅଦମ୍ୟ ସାହସିକତା ପାଇଁ ଇଣ୍ଡୋନେସିଆ ରେ ତାଙ୍କୁ ତାଙ୍କୁ ‘ଭୁମି ପୁତ୍ର ‘ ଉପାଧି ପ୍ରଦାନ କରାଯାଇଥିଲା। ଯାହା ତାଙ୍କୁ ଆନ୍ତର୍ଜାତିକ ଖ୍ୟାତି ପ୍ରଦାନ କରିଥିଲା। ସେ ମଧ୍ୟ ମହିଳା ସଶକ୍ତୀକରଣ ଓ ପଞ୍ଚାୟତିରାଜ ବ୍ୟବସ୍ଥାର ପ୍ରବର୍ତ୍ତକ ଥିଲେ।

୧୯୯୭ ଏପ୍ରିଲ ୧୭ ତାରିଖରେ ବିଜୁ ବାବୁ ୮୧ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ । ସମଗ୍ର ଜୀବନରେ ତାଙ୍କର ପ୍ରତିଟି ମୁହୂର୍ତ୍ତ ଥିଲା କର୍ମମୟ। ବିଜୁ ବାବୁଙ୍କ ୨୬ ତମ ତିରୋଧାନ ଦିବସକୁ ଅତି ନିରାଡ଼ମ୍ବର ଭାବରେ ପାଳନ କରୁଛି ବିଜେଡି ।

ଚଳିତ ବର୍ଷ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସକୁ ରାଜ୍ୟ ସ୍ତରରେ ଏବଂ ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ସ୍ତରରେ ପାଳନ କରାଯାଉଛି । ଆଜି ବିଜୁ ବାବୁଙ୍କ ସ୍ମୃତିରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ବିଜୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ, ସ୍ମୃତିସଭା, ରକ୍ତଦାନ ଶିବିର, ସମୁହ ଦୀପଦାନ ଆଦି କାର୍ଯ୍ୟକ୍ରମ ରହିଛି । ବିଜୁବାବୁଙ୍କ ସେବା, ତ୍ୟାଗ ଏବଂ ଉତ୍କଳୀୟ ସ୍ୱାଭିମାନର ମୂର୍ତ୍ତିମନ୍ତ ପ୍ରତୀକ ।

ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ଭୁବନେଶ୍ୱର ବିନ୍ଦୁସାଗର କୂଳରେ ତିଳ ତର୍ପଣ ଅର୍ପଣ କରାଯାଉଛି। କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡା, ଓଡିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟଜ, ଉତ୍ତର ବିଧାୟକ, ମଧ୍ୟ ବିଧାୟକ ଓ ସ୍ଥାନୀୟ କର୍ପୋରେଟରଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଅଛନ୍ତି।

Launching Ceremony of “AYUSHMAN BHARAT

Comments are closed.