ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ୫୦ତମ ଜନ୍ମ ଜୟନ୍ତି

ନୂଆଦିଳ୍ଲୀ: ଆଜି ଗୁଗୁଲ୍‌ ସିଇଓ ସୁନ୍ଦର ପିଚାଇଙ୍କ ଜନ୍ମଦିନ । ଏକ ସାଧାରଣ ପରିବାରରୁ ଜନ୍ମ ହୋଇ ମଧ୍ୟ ସେ ଯେଉଁଭଳି ଭାବେ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ତାହା ସମସ୍ତଙ୍କ ପାଇଁ ଏକ ପ୍ରେରଣା ନିଶ୍ଚୟ । ୧୯୭୨ ମସିହା ଜୁନ୍‌ ୧୦ ତରିଖରେ ଜନ୍ମ ଲାଭ କରିଥିଲେ ସେ । ଆଜି ସେ ୫୦ ବର୍ଷ ବୟସରେ ପହଞ୍ଚିଛନ୍ତି । ଆଇଆଇଟି ଖଡଗପୁରରୁ ଶିକ୍ଷା ସାରିବା ପରେ ଗୁଗୁଲର ସିଇଓ ଭାବେ ଭାରତର ଟେକ ରଖିଥିବା ସୁନ୍ଦର ନିଜ ସଫଳତା ଓ ସଂଘର୍ଷ ବିଷୟରେ ବିଶେଷ କିଛି କୁହନ୍ତିନି । କିନ୍ତୁ ଅତି ସାଧାରଣ ଜାକଜକ୍ୟ ଶୂନ୍ୟ ମଣିଷଟିଏ ଭିତରେ ରହିଛି ଅନେକ ଉତ୍ସାହ ଓ ଜ୍ଞାନ । ତେବେ ଆଜି ତାଙ୍କର ଏହି ଜନ୍ମ ଜୟନ୍ତି ଅବସରରେ ତାଙ୍କୁ ସାରା ବିଶ୍ୱବାସୀ ଶୁଭେଚ୍ଛା ଜଣେଇଛନ୍ତି ।

Govt

Comments are closed.