ଆଜି “ସମ୍ବଲପୁରୀ ଦିନ୍” ,ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଆଜି ହେଉଛି ଅଗଷ୍ଟ ୧ ତାରିଖ । ପଶ୍ଚିମ ଓଡ଼ିଶାରେ ପାଳନ ହେଉଛି “ସମ୍ବଲପୁରୀ ଦିନ୍” । ଏହି ପାରମ୍ପରିକ ଦିନକୁ ସମ୍ବଲପୁରୀ ସାହିତ୍ୟ ସାଧକ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ପବିତ୍ର ଜନ୍ମଦିନ ଭାବରେ ପାଳନ କରାଯାଇଥାଏ । ଏହି ଦିନ ନୂଆ ପୋଷାକ ପିନ୍ଧି, ନାଚି ଗାଇ ମଉଜ ମଜଲିସରେ ଉତ୍ସବ ପାଳନ କରିଥାନ୍ତି ପଶ୍ଚିବ ଓଡ଼ିଶାବାସୀ । ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏକ ଭିଡ଼ିଓ ବାର୍ତ୍ତା ଯୋଗେ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ସମ୍ବଲପୁରୀ ଦିନ ପାଳନ କରିବା ଉପରେ ସମଗ୍ର ବିଶ୍ୱର ଆଜି ନଜର ପଡିଛି । “ସମ୍ବଲପୁରୀ ଦିନ୍‌”ର ମୂଳ ଉଦ୍ଦେଶ୍ୟ ହେଉଛି ନିଜର ଭାଷା, ନିଜର ସାହିତ୍ୟ ଓ ନିଜର ସଂସ୍କୃତି ପ୍ରତି ଗୌରବମୟ ପରିଚୟ ତିଆରି କରିବାର ପ୍ରଚେଷ୍ଟା ।

ସମ୍ବଲପୁରୀ ସାହିତ୍ୟ ସାଧକ ଗୁରୁସତ୍ୟନାରାୟଣ ବହିଦାର ଜଣେ ସମ୍ବଲପୁରୀ ଭାଷା ଲେଖକ ଥିଲେ । ଓଡ଼ିଆ ଭାଷାରୁ ଅଲଗା କରି ସମ୍ବଲପୁରୀ ଶୈଳୀକୁ ଏକ ସ୍ୱତନ୍ତ୍ର ଭାଷା ମାନ୍ୟତା ଦେବା ପାଇଁ ପ୍ରୟାସ କରିଥିଲେ । ସେ ପ୍ରଥମ କରି ସମ୍ବଲପୁରୀ ଶବ୍ଦକୋଷ ଓ ବ୍ୟାକରଣ ପୁସ୍ତକ ରଚନା କରିଥିଲେ । ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାର ଲେଖିଥିଲେ “ସମ୍ବଲପୁର ର୍ ମାଟି ପାନି, ଝର୍‌ସି ହୀରା ନୀଲା, ଜେ -ଜେ -ମାଁ ସମ୍‌ଲେଇ ଗୋ, ଧଏନ୍ ଧଏନ୍ ତୋର୍ ଲୀଲା ।”ତେଣୁ ଗୁରୁ ସତ୍ୟନାରାୟଣ ବୋହିଦାରଙ୍କର ଜନ୍ମଦିନ ଅବସରରେ ଅଗଷ୍ଟ ୧ରେ ପ୍ରତିବର୍ଷ ସମ୍ବଲପୁରୀ ଦିବସ ପାଳିତ ହୁଏ ।

ସମ୍ବଲପୁରିଆ ଭାବେ ଗର୍ବ କରୁଥିବା ପ୍ରତ୍ୟେକ ଲୋକ ଏହିଦିନ ସମ୍ବଲପୁରୀ ବସ୍ତ୍ର ପରିଧାନ କରିବା ସହିତ ସମ୍ବଲପୁରୀ ଖାଦ୍ୟ ଗ୍ରହଣ କରି ଥାନ୍ତି । ଏହି ଦିନ ଜିଲ୍ଲାର ଜାଗା ଜାଗାରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥାଏ । ଓଡିଶା ମଧ୍ୟରେ ସମ୍ବଲପୁରୀ ଭାଷା, ସଂସ୍କୃତି, କଳା ଏବଂ ଐତିହ୍ୟ ସ୍ୱତନ୍ତ୍ର । ଏହାକୁ ଆହୁରି ପ୍ରଚାର ପ୍ରସାର କରି ଆଗେଇନେବା ହେଉଛି ଏହି ଦିବସର ଉଦ୍ଦେଶ୍ୟ ।

Launching Ceremony of “AYUSHMAN BHARAT

Comments are closed.